ଏହା ଯକୃତ ଏବଂ ରକ୍ତକୁ ଡିଟକ୍ସାଇଫ କରିବାରେ ମଧ୍ୟ ସାହାଯ୍ୟ କରେ । ଏହାର ବିଶେଷ କଥା ହେଉଛି ଏହା ଫୁସଫୁସ ଏବଂ ବ୍ରୋଙ୍କିଆଲ୍ ସଂକ୍ରମଣରୁ ରକ୍ଷା କରିଥାଏ। ତେଣୁ, ଯଦି ଆପଣ ପ୍ରତିଦିନ ଗୁଡ଼ ଖାଉଛନ୍ତି ତେବେ ଶ୍ୱାସକ୍ରିୟା ଜନିତ ରୋଗ ହେବାର ଆଶଙ୍କା କମିଯାଏ ।
ଶୀତ ଦିନରେ ଶରୀରର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସେଥିପାଇଁ ଆମକୁ ଆମ ଖାଇବା-ପିଇବାରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ଶୀତଦିନରେ ଗୁଡ଼ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହାକୁ ଆପଣ ଚିନି ବଦଳରେ ଖାଇ ପାରିବେ ।
ଗୁଡ଼ ଖାଇବା ଦ୍ୱାରା ଶରୀରରେ ଉତ୍ତାପ ବଢ଼ିଥାଏ । ଏହା ଆପଣଙ୍କ ଶରୀରର ସମସ୍ତ ଅଙ୍ଗକୁ ଶକ୍ତି ଯୋଗାଇଥାଏ ଏବଂ ଋତୁ ପରିବର୍ତ୍ତନ ସହିତ ଶରୀରକୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଗୁଡ଼ ଖାଇଲେ ଖାଦ୍ୟ ହଜମ ହେବା ସହ ପାକସ୍ଥଳୀକୁ ଭଲଭାବେ କାର୍ଯ୍ୟକ୍ଷମ କରାଇଥାଏ ।
ଗୁଡ଼ ଶରୀରକୁ ଆବଶ୍ୟକ ଶକ୍ତି ଦେବା ସହ ଓଜନକୁ ମଧ୍ୟ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ଅନୁଭବ ହେଉଛି ତେବେ ଗୁଡ଼ ସହିତ ଅଦା ଖାଇବାଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସ୍ଫରସ୍ ରହିଛି। ଏହି ଦୁଇଟି ତତ୍ତ୍ଵ ହାଡ଼ ଶକ୍ତ କରିବାରେ ସହାୟତା କରେ ।
ଗୁଡ଼ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରି ଶରୀରକୁ ଚମକ ପ୍ରଦାନ କରିଥାଏ। ଏହାର ନିୟମିତ ସେବନରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁଡ଼ ଗରମ ହୋଇଥିବାରୁ ଥଣ୍ଡା ଦିନରେ ଏହାକୁ ଖାଇଲେ ଶରୀର ଉଷୁମ ରହିଥାଏ। ଏଥିସହିତ ଥଣ୍ଡା ଓ କାଶ ଭଳି ରୋଗରୁ ରକ୍ଷା କରିଥାଏ। ଗୁଡ଼ ଖାଇଲେ ସଂକ୍ରମଣ ଜନିତ ରୋଗରୁ ମୁକ୍ତି ମିଳିଥାଏ। ଗୁଡ଼ ରକ୍ତ ପରିଷ୍କାର କରିବା ସହିତ ମେଟାବୋଲିଜିମର ମାତ୍ରା ନିୟନ୍ତ୍ରଣ କରିଥାଏ। ଯେଉଁ ମାନେ ଗ୍ୟାସ ଯୋଗୁଁ କଷ୍ଟ ଭୋଗୁଛନ୍ତି ସେମାନେ ପ୍ରତିଦିନ ଖାଇବା ପରେ କିଛି ମାତ୍ରାରେ ଗୁଡ଼ ଖାଇବା ଉଚିତ ।
ଯେଉଁମାନେ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନେ ତାଙ୍କ ଖାଦ୍ୟରେ ଗୁଡ଼କୁ ସାମିଲ କରି ପାରିବେ । ଏହାଦ୍ୱାରା ସେମାନଙ୍କ ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଚର୍ମ ପାଇଁ ଗୁଡ଼ ହିତକାରୀ । ଗୁଡ଼ ରକ୍ତରୁ ଖରାପ ଟୋକ୍ସିନ୍ ଦୂରକରିଥାଏ । ଯାହା ଫଳରେ ତ୍ୱଚା ସୁନ୍ଦର ଦେଖାଯିବା ସହ ଚର୍ମରୋଗ ମଧ୍ୟ ଦୂର ହୋଇଥାଏ । ଗୁଡ଼କୁ ନିୟମିତ ପାଣିରେ ଅଥବା କ୍ଷୀରରେ ମିସାଇ ପିଇଲେ ପେଟ ସଫା ହେବା ସହ ପାଚନ କ୍ରିୟାରେ ସାହାର୍ଯ୍ୟ କରିଥାଏ।
ALSO READ: https://purvapaksa.com/tomato-side-effects/