Fennel Seed: ସବୁଜ ଏବଂ କଞ୍ଚା ପାନମଧୁରୀକୁ ଆମେ ସମସ୍ତେ ପାଟି ଫ୍ରେସନର ଭାବରେ ବ୍ୟବହାର କରିଥାଉ ।
ପାନମଧୁରୀ ମଞ୍ଜିରେ ଥଣ୍ଡା ପ୍ରଭାବ ରହିଥାଏ, ତେଣୁ ଖରାଦିନେ ଏହାର ବ୍ୟବହାର ବଢିଯାଏ। ପାନମଧୁରୀରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ସୁସ୍ଥ ରହିବା ପାଇଁ ଜରୁରୀ ଅଟେ । ପାନମଧୁରୀର ସବୁଠାରୁ ବଡ଼ ଫାଇଦା ହେଉଛି ଏହା ସ୍ମରଣଶକ୍ତି ବଢ଼ାଇବା ସହ ଶରୀରକୁ ଥଣ୍ଡା ରଖିଥାଏ। ପାନମଧୁରୀରେ କ୍ୟାଲସିୟମ, ସୋଡିୟମ, ଆଇରନ ଓ ପୋଟାସିୟମ ଭଳି ଅନେକ ଖଣିଜ ପଦାର୍ଥ ରହିଥାଏ । ଏହାବ୍ୟତୀତ ନିୟମିତ ପାନମଧୁରୀ ଖାଇବା ଦ୍ୱାରା ଅଧିକ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଆପଣଙ୍କୁ ପାନମଧୁରୀ ଖାଇବାର କିଛି ଅତୁଳନୀୟ ଫାଇଦା ବିଷୟରେ କହିବୁ ।
ରକ୍ତକୁ ସଫା କରେ
ଖରାଦିନେ ଏହାକୁ ସେବନ କଲେ ପେଟ ଜନିତ ରୋଗରୁ ମୁକ୍ତି ଦେଇଥାଏ । ଏଥିସହିତ ରକ୍ତ ସଫା କରିବାରେ ମଧ୍ୟ ପାନମଧୁରୀ ସହାୟକ ହୋଇଥାଏ।
ମୋଟାପଣ ଦୂର କରିଥାନ୍ତି
ପାନମଧୁରୀରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ପାନମଧୁରୀ ଖାଇବା ଦ୍ୱାରା ମୋଟାପଣ ନିୟନ୍ତ୍ରଣ ହୋଇଥାଏ। ବାସ୍ତବରେ ପାନମଧୁରୀ ଶରୀରରେ ଚର୍ବି ଜମା ହେବାରୁ ରୋକିଥାଏ ଏବଂ ମୋଟାପଣ ହ୍ରାସ କରିବାରେ ସହାୟକ ହୋଇଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ
ପାନମଧୁରୀ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। କାରଣ ଭିଟାମିନ୍ ସି ଆମ ଶରୀରରେ ରୋଗ ପ୍ରତିରୋଧକ କୋଷିକା ବୃଦ୍ଧି ପାଇଁ ଦାୟୀ। ଭିଟାମିନ ସି ଶରୀରରେ ଶ୍ୱେତ ରକ୍ତ କଣିକା ସଂଖ୍ୟା ବା ଡବ୍ଲୁବିସି ଗଣନା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ALSO READ: https://purvapaksa.com/coconut-oil-good-for-heart/