ଆଗାମୀ ଆଇପିଏଲ୍-୧8ର ମେଗା ନିଲାମ ପାଇଁ ଇତି ମଧ୍ୟରେ ଖେଳାଳି ତାଲିକା ଘୋଷଣା କରାଯାଇଛି। ମୋଟ ୧୫୭୪ଜଣ ଖେଳାଳି ନିଲାମ ପାଇଁ ନାମ ଦାଖଲ କରିଛନ୍ତି। ଆସନ୍ତା ୨୪ ଓ ୨୫ତାରିଖରେ ସାଉଦି ଆରବର ଜେଧାହ ସହରେର ମେଗା ନିଲାମ ଅନୁଷ୍ଠିତ ହେବ। ରିଷଭ ପନ୍ତ, କେଏଲ ରାହୁଲ, ଶ୍ରେୟାସ ଆୟରଙ୍କ ଭଳି ତାରକା ଖେଳାଳି ନିଲାମ ତାଲିକାରେ ରହିଛନ୍ତି। ସେମାନଙ୍କୁ କିଣିବା ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ଆୟର, ପନ୍ତ, ରାହୁଲଙ୍କ ସମେତ ରବି ଚନ୍ଦ୍ରନ ଅଶ୍ୱିନ, ୟୁଝେବନ୍ଦ୍ର ଚହଲ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, ଅର୍ଶଦୀପ ସିଂହ, ଇଶାନ କିଷନଙ୍କ ଭଳି ଖେଳାଳି ୨କୋଟି ଟଙ୍କା ବେସ୍ ପ୍ରାଇସ ବା ମୁଳ ମୂଲ୍ୟ ତାଲିକାରେ ନାମ ଲେଖାଇଛନ୍ତି। ମାତ୍ର ବିଶ୍ୱ ପ୍ରସିଦ୍ଧ ଅଲ୍ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସଙ୍କୁ ତାଲିକାରେ ଦେଖିବାକୁ ମିଳିନାହିଁ।
ଜାତୀୟ ଦଳର ବ୍ୟସ୍ତବହୁଳ କ୍ରୀଡ଼ାସୂଚୀକୁ ନଜରରେ ରଖି ଷ୍ଟୋକ୍ସ ଆଗାମୀ ଆଇପିଏଲ୍ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ଆସନ୍ତା ବର୍ଷ ଇଂଲଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ବିଶେଷ କରି ଦଳ ଭାରତ ବିପକ୍ଷରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସିନିୟର ଖେଳାଳିଙ୍କ କାର୍ଯ୍ୟଭାରକୁ ମଧ୍ୟ ପ୍ରାଥମିକତା ଦେଉଛି।
ଚଳିତ ବର୍ଷ ଆଇପିଏଲ୍ ପାଇଁ କିଛି ନୂଆ ନିୟମ ଲାଗୁ କରାଯାଇଛି। କୌଣସି ଖେଳାଳି ମେଗା ନିଲାମରୁ ଦୂରେଇ ରହିଲେ, ବରବର୍ତ୍ତି ବର୍ଷ ହେବାକୁ ଥିବା ମିନି ବା ଛୋଟ ନିଲାମରେ ନାମ ଦାଖଲ କରିପାରିବ ନାହିଁ। ଅର୍ଥାତ ୨୦୨୬ ଆଇପିଏଲ୍ ସଂସ୍କରଣ ପୂର୍ବବର୍ତ୍ତୀ ମିନି ନିଲାମରେ ମଧ୍ୟ ଷ୍ଟୋକ୍ସ ନାମ ଦାଖଲ କରିପାରିବେ ନାହିଁ।
ଏଥର ନିଲାମ ତାଲିକାରେ ଇଂଲଣ୍ଡର ପ୍ରସିଦ୍ଧ ପେସ ବୋଲର ଜେମ୍ସ ଅାଣ୍ଡରସନ ନାମ ଦାଖଲ କରିଛନ୍ତି। ସେ୧.୫କୋଟି ମୁଳ ମୂଲ୍ୟ(ବେସ ପ୍ରାଇସ) ତାଲିକାରେ ରହିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ବିକେଟ ନେଇଥିବା ପେସ ବୋଲର ଆଣ୍ଡରସନ ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ସୂଚନାଯାଗ୍ୟ, ଏଥର ନିଲାମ ପାଇଁ ଫ୍ରାଞ୍ଚାଇଜଙ୍କ ଖାତାରେ ଅର୍ଥ ବୃଦ୍ଧି କରାଯାଇଛି। ପ୍ରେତ୍ୟକ ଫ୍ରାଞ୍ଚାଇଜଙ୍କୁ ଖେଳାଳି କିଣିବା ପାଇଁ ୧୨୦କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଖେଳାଳି ପ୍ରତିଧାରଣ(ରିଟେନ) ବାବଦେର ଫ୍ରାଞ୍ଚାଇଜମାନେ ଅର୍ଥ ଖର୍ଚ୍ଚ କରିସାରିଛନ୍ତି।
ପଞ୍ଜାବ କିଙ୍ଗ୍ସ ନିକଟେର ସର୍ବାଧିକ ୧୧୦.୫ କୋଟି ଟଙ୍କା ରହିଛି। ରାଜସ୍ଥାନ ରୟାଲ୍ସ ନିକଟେର ସର୍ବନିମ୍ନ ୪୧କୋଟି ଟଙ୍କା ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟେର ୮୩କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ନିକଟେର ୭୩କୋଟି, ଗୁଜରାଟ ଟାଇଟନ୍ସ ନିକଟରେ ୬୯କୋଟି, ଲେକ୍ଷ୍ନୌ ସୁପରଜାଏଣ୍ଟସ ନିକଟରେ ୬୯କୋଟି, ଚେନ୍ନାଇ ସୁପରକିଙ୍ଗସ ନିକଟରେ ୫୫କୋଟି, କୋଲକାତା ନାଇଟ ରାଇଡର୍ସ ନିକଟରେ ୫୧କୋଟି, ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ନିକଟରେ ୪୫କୋଟି ଲେଖାଏଁ ଟଙ୍କା ରହିଛି।
Previous articlehttps://purvapaksa.com/italy-cricketer-in-ipl/
1 Comment
Pingback: ଜେଜ,ବାପା ଥିଲେ ବିଦେଶୀ,ପିଲା ବି ବିଦେଶୀ କିନ୍ତୁ ପ୍ରବାସୀଙ୍କ ବିରୋଧରେ ଟ୍ରମ୍ପ