Beetroot paratha: ପ୍ରାୟତଃ ଲୋକମାନେ ବିଟକୁ ସାଲାଡ଼ କିମ୍ବା ରସ ଆକାରରେ ବିଟ୍ରୋଟ ବ୍ୟବହାର କରନ୍ତି ।
ଯଦିଓ ଅନେକ ଲୋକ ଏହାର ସ୍ୱାଦ ପସନ୍ଦ କରନ୍ତି ନାହିଁ । ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ । ପ୍ରତିଦିନ ବିଟ୍ ରସ ପିଇବା ଦ୍ୱାରା କେବଳ ରକ୍ତଚାପ କମିନଥାଏ ବରଂ ଆଖି, ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଲୌହ, ସୋଡ଼ିୟମ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି ଅନେକ ପୋଷକ ତତ୍ତ୍ୱ ବିଟ୍ ରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଶରୀରକୁ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ।
ଯଦି ଆମେ ଆମର ଖାଦ୍ୟାଭ୍ୟାସରେ ସାମାନ୍ୟ ପରିବର୍ତ୍ତନ କରୁ ତାହେଲେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିପାରିବା । ସାଧାରଣତଃ ଆମେ ନିୟମିତ ଭାତ, ଡାଲି, ରୁଟି ଆଦି ଖାଇଥାଉ । ଯହି ଆପଣ ଏହି ଦୈନନ୍ଦିନ ଖାଦ୍ୟରେ ବିଟ୍ ଭଳି ପରିବା ମିଶାନ୍ତି, ଏହା ଆପଣଙ୍କ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଆପଣ ସବୁଦିନ ଗହମ ଅଟାରୁ ପ୍ରସ୍ତୁତ ରୁଟି ଖାଉଥିବେ । ଯଦି ଏହି ଅଟାରେ ଅଳ୍ପ ବିଟ୍ ରସ କିମ୍ବା ଜୁସ ମିଶାଇ ରୁଟି ପ୍ରସ୍ତୁତ କରନ୍ତି ତାହେଲେ ସ୍ବାଦ ସହ ଶରୀରକୁ ବହୁ ସ୍ବାସ୍ଥ୍ୟଗତ ଲାଭ ମିଳିପାରିବ ।
ଏହି ଖବରରେ ଜାଣନ୍ତୁ କେମିତି ବିଟ୍ ରୁଟି ପ୍ରସ୍ତୁତ କରିବେ ଏବଂ ଏଥିରେ ଶରୀରକୁ କି ପ୍ରକାର ଲାଭ ମିଳିଥାଏ ।
ରୁଟି ବନାଇବାକୁ ଆବଶ୍ୟକୀୟ ସାମଗ୍ରୀ:
ବିଟ୍
ଅଟା
ଜୁଆଣି
ପାନମଧୁରୀ
ଲୁଣ, ପାଣି, ତେଲ
ପ୍ରସ୍ତୁତି ପ୍ରଣାଳୀ:
ଏକ ପାତ୍ର ନିଅନ୍ତୁ । ଏଥିରେ ଅଟା, ଲୁଣ, ଜୁଆଣି, ବିଟ ରସ (ବିଟକୁ ଟିକିଟିକି କାଟି ପକାଇପାରିବେ) ଅଳ୍ପ ତେଲ ଓ ଆବଶ୍ୟକତା ଅନୁସାରେ ପାଣି ମିଶାଇ ଭଲ ଭାବେ ଚକଟନ୍ତୁ । ଏବେ ଅଟା ଗୁଳା 30 ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ।
ଏହାପରେ ପ୍ରତିଦିନ ଯେମିତି ରୁଟି ବନାନ୍ତି ସେହିପରି ବନାନ୍ତୁ ।
ଗୋଲାପୀ ରଙ୍ଗର ଏହି ରୁଟି ପିଲାଙ୍କୁ ଭାରି ପସନ୍ଦ ଆସିବ ।
ବିଟ୍ ଖାଇବାର ଫାଇଦା:
ବିଟ୍ରେ ପୋଟାସିୟମ, ଆଇରନ, ଭିଟାମିନ-ସି ଭଳି ପୌଷ୍ଟିକ ତତ୍ତ୍ବ ରହିଥାଏ ।
ଏଥିରେ ଥିବା ବିଟାସାୟନିନ ମସ୍ତିଷ୍କ ଶିରାକୁ ଆରାମ ଦିଏ ଏବଂ ରାତିରେ ଭଲ ନିଦ ହୁଏ ।
ବିଟ୍ ଖାଇଲେ ଏନିମିଆ ସମସ୍ୟା ଦୂର ହୁଏ ।
ପ୍ରତିଦିନ ବିଟ୍ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।
ଶରୀରରେ ରକ୍ତ କୋଶିକାଗୁଡିକର ଉତ୍ପାଦନରେ ସହାୟକ ହୁଏ । ଏଥିରେ ଥିବା ଫୋଲେଟ ମୁଡ୍ ଠିକ ରଖେ ।
ବିଟ୍ରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଏହାକୁ ଖାଇଲେ ବହୁ ସମୟ ଯାଏ ଭୋକ ଲାଗେନି ।
ALSO READ: https://purvapaksa.com/clove/