ଗଞ୍ଜାମ ଜିଲ୍ଲାର ଧରାକୋଟରେ ଘଟିଥିବା ଏକ ଭୟଙ୍କର ଘଟଣା ସାରା ଦେଶରେ ନିନ୍ଦାର ପାତ୍ର ହୋଇଛି, ଯାହା ମାନବିକତାର ମୃତ୍ୟୁ, ମୋବ୍ ନ୍ୟାୟର ଅପବ୍ୟବହାର ଏବଂ ଗ୍ରାମାଞ୍ଚଳର କେତେକ ସ୍ଥାନରେ ତାଲିବାନୀ ଦଣ୍ଡର ପ୍ରଚଳନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାରେ ଗୋରୁ ଚାଲାଣ ସନ୍ଦେହରେ ଦୁଇଜଣ ବ୍ୟକ୍ତିଙ୍କୁ ସାର୍ବଜନୀକ ଭାବେ ଅପମାନିତ ଏବଂ ନିର୍ଯାତିତ କରାଯାଇଛି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଉଭୟ ପୀଡିତଙ୍କୁ ଲଣ୍ଡା କରାଯାଇ, ରଶିରେ ବାନ୍ଧି ଦୁଇ କିଲୋମିଟର ପର୍ଯ୍ୟନ୍ତ ଗାଁ ପରିକ୍ରମା କରାଯାଇଥିଲା ଏବଂ ମଇଳା ନାଳ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା – ଏପରି କାର୍ଯ୍ୟ ଯାହାକୁ ବର୍ବର ମଧ୍ୟଯୁଗୀୟ ଦଣ୍ଡ ସହିତ ତୁଳନା କରାଯାଇଛି। ଉଭୟ ପୀଡିତମାନେ ହରିପୁର ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଏକ ବିବାହ ଉତ୍ସବ ପରେ ଝିଅକୁ ମିଳିଥିବା ଦାନ ବା ଯୌତୁକ ଭାବରେ ସିଙ୍ଗିପୁରକୁ ତିନୋଟି ଗାଈ ନେଇ ଯାଉଥିବା ବେଳେ ଖାରିଗୁମ୍ମା ନିକଟରେ କିଛି ଳୋକ ସେମାନଙ୍କୁ ଅଟକାଇ ଦେଇଥିଲା ବୋଲି ଜଣାପଡ଼ିଛି।
ଉପସ୍ଥିତ ଭିଡ଼ର ଲୋକମାନେ ସେମାନଙ୍କ ଉପରେ ବେଆଇନ ଗୋ ଚୋରା ଚାଲାଣର ଅଭିଯୋଗ ଆଣିଥିଲା ଏବଂ ସେମାନଙ୍କୁ ଛାଡିବା ବଦଳରେ ଟଙ୍କା ଦାବି କରିଥିଲା ବୋଲି ପୀଡିତମାନେ ଅଭିଯୋଗ କରିଛନ୍ତି । ଯେତେବେଳେ ପୀଡିତମାନେ ଟଙ୍କା ଦେବାକୁ ମନା କଲେ, ସେମାନଙ୍କୁ ମାଡ଼ ମରାଗଲା, ନିକଟସ୍ଥ ଏକ ସେଲୁନକୁ ଟାଣି ନିଆଯାଇଥିଲା, ସେମାନଙ୍କ ମୁଣ୍ଡର ଅଧା ଭାଗ ଲଣ୍ଡା କରାଯାଇଥିଲା ଏବଂ ତା’ପରେ ଗାଁ ଭିତରେ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ଚାଲିବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଉପସ୍ଥିତ ଲୋକଙ୍କ ରାଗ ବା ବର୍ବରତା ସେତିକିରେ ଶେଷ ହୋଇନଥିଲା। ପୀଡିତମାନଙ୍କୁ ଗ୍ରାମବାସୀଙ୍କ ଉପସ୍ଥିତିରେ ନିକଟସ୍ଥ ନାଳରୁ ମଇଳା ପାଣି ପିଇବାକୁ ବାଧ୍ୟ କରାଯାଇଥିଲା ବୋଲି ଜଣାପଡିଛି, ଯେତେବେଳେ କିଛି ଲୋକ ଏହି ସମସ୍ତ ଘଟଣାକୁ ମୋବାଇଲରେ ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ପୁରା ଘଟଣା ସମସ୍ତଙ୍କ ନଜରକୁ ଆସିଥିଲା। ଭିଡିଓ ଦେଖି ଏବେ ସମଗ୍ର ଆଶ୍ଚର୍ଯ୍ୟ ହେବା ସହ କ୍ରୋଧ ପ୍ରକାଶ କରିଛି, ମାନବାଧିକାର କର୍ମୀ, ନାଗରିକ ସମାଜ ସଦସ୍ୟ ଏବଂ ସାଧାରଣ ନାଗରିକମାନେ ସମାଜରେ ବଢ଼ୁଥିବା ବେଆଇନ କାର୍ଯ୍ୟ ଏବଂ ନୈତିକ ଅବନତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହା ନ୍ୟାୟ ନୁହେଁ, ଏହା ଅତ୍ୟାଚାର। ଏହି ଘଟଣା ତାଲିବାନ ଶୈଳୀର ଦଣ୍ଡଠାରୁ କମ୍ ନୁହେଁ, ଯାହାକୁ ଆମ ସମ୍ବିଧାନ ଏବଂ ମାନବାଧିକାରର ସମ୍ପୂର୍ଣ୍ଣ ବିରୁଦ୍ଧ କରେ ବୋଲି ସମଜିକକର୍ମୀ ମତ ଦେଇଛନ୍ତି। ଏହାସହ ଆଉଜଣେ ସମାଜସେବୀ କହିଛନ୍ତି,ଏପରି ଘଟଣା ଅମାନବୀୟ। ସମାଜରେ ଲୋକମାନେ ଏବେ ବି ନିଜକୁ ଆଇନର ଊର୍ଦ୍ଧ୍ୱରେ ଭାବନ୍ତି ଏବଂ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଏତେ ଦୂର ଯାଆନ୍ତି। ଗୋ ସୁରକ୍ଷା ନାମରେ ଏପରି ବର୍ବର କାର୍ଯ୍ୟ କରାଯାଉଛି। ଏଥିରେ କେବଳ ନଅ ଜଣ ଲୋକ ସାମିଲ ନୁହନ୍ତି, ଅନ୍ୟମାନେ ମଧ୍ୟ ସାମିଲ ଅଛନ୍ତି। ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଆମେ ଏପରି ଘଟଣାକୁ ନିନ୍ଦା କରୁଛୁ। ଆମେ ଶୁଣୁଛୁ ଯେ ମାମଲାରେ ୯ ଜଣଙ୍କୁ ଅଟକ ରଖାଯାଇଛି। କୌଣସି ନାଗରିକ ସମାଜ କିମ୍ବା ବ୍ୟକ୍ତିବିଶେଷଙ୍କର କାହାକୁ ଦଣ୍ଡ ଦେବାର ଅଧିକାର ନାହିଁ। ଏହା ମାନବାଧିକାରର ସମ୍ପୂର୍ଣ୍ଣ ଉଲ୍ଲଂଘନ।”
ଖବର ଅନୁଯାୟୀ ଭିଡିଓ ଏବଂ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି, ୯ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। କିନ୍ତୁ ପ୍ରଶାସନ ଉପରେ ଚାପ ବଢ଼ୁଛି ଯେ ତୁରନ୍ତ ଗିରଫଦାରୀ ସୁନିଶ୍ଚିତ କରିବା ସହ ନୈତିକ କିମ୍ବା ଧାର୍ମିକ ପୋଲିସିଂ ନାମରେ ଏପରି ବର୍ବର କାର୍ଯ୍ୟକୁ ରୋକିବାକୁ ।
Also read http://purvapaksa.com/modaks-stolen-from-shree-mandir-complaint-filed-in-administration/
