ମଧ୍ୟବିତ୍ତ ଶ୍ରେଣୀର ପରିବାର ଲୋନ ନେଉଛନ୍ତି ଏବଂ ନିଜର ଜୀବନଶୈଳୀ ଦେଖାଇ ହେଉଛନ୍ତି, ଯେତେବେଳେ କି ଧନୀମାନେ ସେମାନଙ୍କର ସମ୍ପତ୍ତିକୁ ନିଜେ ଗଢୁଛନ୍ତି।
ଆପଣ କ’ଣ ବ୍ୟାଙ୍କରୁ ପର୍ଶନାଲ ଲୋନ ନେଇଛନ୍ତି? ଯଦି ହଁ, ତେବେ କାହିଁକି? ଏହା କ’ଣ ବିଦେଶ ଯାତ୍ରା ପାଇଁ, କୌଣସି ଗ୍ୟାଜେଟ୍ କିମ୍ବା ଘରୋଇ ଜିନିଷ କିଣିବା ପାଇଁ ଥିଲା? ନା କ’ଣ ଆପଣ କେବଳ ଲୋକଙ୍କୁ ଦେଖାଇବାକୁ ଜିନିଷ କିଣିବା ପାଇଁ ଲୋନ ନେଇଥିଲେ? ଯଦି ହଁ, ତେବେ ଆପଣ ଲୋନ ର ଜାଲରେ ଫସି ଯାଇପାରନ୍ତି। ଚାଟାର୍ଡ ଆକାଉଣ୍ଟାଣ୍ଟ ନୀତିନ କୌଶିକ ଲୋନ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ନିଜ ପୋଷ୍ଟରେ, ସେ ଭାରତରେ ଲୋନ ନେବାର ବର୍ଦ୍ଧିତ ଧାରା, ବିଶେଷକରି ସେୟାର ବଜାରରେ ନିବେଶ କରିବା ପାଇଁ ଲୋନ ନେବାର ବିପଦପୂର୍ଣ୍ଣ ଧାରା ବିଷୟରେ ଏକ ଉଗ୍ର ବିତର୍କ ଆରମ୍ଭ କରିଛନ୍ତି।
![]()
ବିଜନେସ୍ ଟୁଡେ ଅନୁଯାୟୀ, କିଛି ମାସ ପୂର୍ବରୁ ଲକ୍ଷ ଲକ୍ଷ ଭ୍ୟୁ ପାଇଥିବା ଏହି ପୋଷ୍ଟ ଏକ ସ୍କ୍ରିନସଟ୍ ସେୟାର କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ବ୍ୟକ୍ତିଗତ ଲୋନରୁ ଉଦ୍ଧାର କରାଯାଇଥିବା ଟଙ୍କା ସ୍ମଲ୍-କ୍ୟାପ୍ ଷ୍ଟକରେ ୪୦% ଲାଭ କରିଛି। ପୋଷ୍ଟର ଉଦ୍ଦେଶ୍ୟ ଶୀଘ୍ର ଟଙ୍କା ରୋଜଗାର କରିବାର ଖୁସି ପାଳିବା ପାଇଁ ଥିବା ବେଳେ, ଏହା ଖୁଚୁରା ନିବେଶକଙ୍କ ମଧ୍ୟରେ “ଲୋନ ନେବା ଏବଂ ନିବେଶ”ର ସଂସ୍କୃତି ବିଷୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।
୩ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ଲୋନ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର ବି ଆଇ) ତଥ୍ୟ ଅନୁଯାୟୀ, ଭାରତୀୟମାନେ ୨୦୨୩ରୁ ମେ ୨୦୨୫ ମଧ୍ୟରେ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ପର୍ଶନାଲ ଲୋନ ନେଇଥିଲେ। ଏହି ଲୋନର ଏକ ବଡ଼ ଅଂଶ ଯୁବ ଏବଂ ନିଯୁକ୍ତିପ୍ରାପ୍ତ ବ୍ୟକ୍ତି ମାନଙ୍କଠାରୁ ଆସିଥିଲା। ଏହି ସମୟ ମଧ୍ୟରେ, ଡିମାଟ୍ ଆକାଉଣ୍ଟ ସଂଖ୍ୟା ୧୯ କୋଟି ଅତିକ୍ରମ କରିଥିଲା, ଯାହା ଖୁଚୁରା ବଜାରରେ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରତିଫଳିତ କରୁଥିଲା । ସହଜ ଲୋନ ଏବଂ ବଜାର ଉତ୍ସାହ ଅନେକ ନୂତନ ନିବେଶକଙ୍କୁ ଆର୍ଥିକ ଭାବରେ ଭାରାକ୍ରାନ୍ତ କରୁଥିବାରୁ ବିଶେଷଜ୍ଞମାନେ ଏନେଇ ଭୟ କରୁଛନ୍ତି।
ଲୋନ ଚୁପଚାପ ଜୀବନର ଏକ ସହଜ ଉପାୟ ପାଲଟିଛି
)
କୌଶିକ ତାଙ୍କ ଭାଇରାଲ ଥ୍ରେଡରେ ବର୍ଣ୍ଣନା କରିଛନ୍ତି ଯେ କିପରି ଲୋନ ନେବା ଭାରତରେ ଚୁପଚାପ ଜୀବନର ଏକ ଉପାୟ ପାଲଟିଛି। ସେ ଲେଖିଛନ୍ତି, “ଆଜି ଯେକୌଣସି ଶୋ’ରୁମକୁ ଯାଅ। ଏହା ଏକ କାର, ଫୋନ୍ କିମ୍ବା ଫର୍ଣ୍ଣିଚର ହେଉ, ଗୋଟିଏ କଥା ସ୍ପଷ୍ଟ: କେହି ସମ୍ପୂର୍ଣ୍ଣ ଦେୟ ଦେଉନାହାଁନ୍ତି।” ସେ ଦର୍ଶାଇଛନ୍ତି ଯେ ଭାରତରେ ପ୍ରାୟ ୭୦ % ଆଇଫୋନ ଏବଂ ୮୦% କାର EMI ରେ କିଣାଯାଉଛି। ଏହା ଦର୍ଶାଉଛି ଯେ ଲୋନ ଜନସାଧାରଣଙ୍କ ଜୀବନରେ ଆର୍ଥିକ ଯୋଜନା ନୁହେଁ ବରଂ ଅଭ୍ୟାସ ପାଲଟି ସାରିଛି।
କେତେ ଜଣ ଲୋନ ରୁ ସମ୍ପତ୍ତି କରିଛନ୍ତି

ନୀତିନ କୌଶିକ ଲେଖିଛନ୍ତି ଯେ ଯେଉଁ ଲୋନ ବ୍ୟବସ୍ଥା କେତେକଙ୍କ ପାଇଁ ସମ୍ପତ୍ତି ସୃଷ୍ଟି କରିଛି, ତାହା ଅଗଣିତ ଅନ୍ୟମାନଙ୍କୁ ଆର୍ଥିକ ଚାପ ମଧ୍ୟ ଦେଇ ଗତି କରିଛି। ପାର୍ଥକ୍ୟ ଲୋନରେ ନୁହେଁ, ବରଂ ଏହା ପଛରେ ଥିବା ଉଦ୍ଦେଶ୍ୟ ଏବଂ ସଚେତନତାରେ ରହିଛି। କିଛି ଲୋକ ଅନେକ ଚିନ୍ତା କରିବା ପରେ ଲୋନ ବ୍ୟବହାର କରନ୍ତି, ଯେତେବେଳେ ଅନ୍ୟମାନେ କିଛି ନ ବୁଝି ବ୍ୟବହାର କରୁଛନ୍ତି।
ସେ ଅନେଇ ସତର୍କ କରାଇଛନ୍ତି ଯେ ଅନେକ ଭାରତୀୟ ମାନଙ୍କ ପାଇଁ, ଲୋନ ସମ୍ପତ୍ତି ସୃଷ୍ଟି କରେ ନାହିଁ ବରଂ ଚାପଗ୍ରସ୍ତ କରାଇଥାଏ । କାର, ଫୋନ୍, ଜୀବନଶୈଳୀ ଭଳି ସମସ୍ତ ଲୋନ ପରିଶୋଧ ହେବା ଅପେକ୍ଷା ଶୀଘ୍ର ନିଜର ମୂଲ୍ୟ ହରାଇଥାଏ। ନୀତିନ ଲୋନର ବ୍ୟବହାର କରିବାର ପ୍ରକୃତ ଉଦ୍ଦେଶ୍ୟ କହିଛନ୍ତି ଏବଂ ସେଗୁଡିକ ହେଉଛି ଶିକ୍ଷା ପାଇଁ ପାଣ୍ଠି ଯୋଗାଇବା, ଘର କିଣିବା, କିମ୍ବା ନିଜର ବ୍ୟବସାୟକୁ ସମର୍ଥନ କରିବା।
Also Readhttps://purvapaksa.com/why-do-indian-parents-delay-divorce-until-their-children-are-old-enough/

