ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହେଉଛି ଭୋଟିଂ । ଭାରତୀୟ ସମୟ ଅପରାହ୍ଣ ୪ଟାରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂରା ବିଶ୍ୱର ନଜର ଏହି ନିର୍ବାଚନ ଉପରେ ରହିଛି । ତେବେ କିଏ କରିବ ହ୍ୱାଇଟ୍ ହାଉସରେ ଏଣ୍ଟ୍ରି । କିଏ ମାରିବ ବାଜି । ଏନେଇ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ ବା କୁନି ଜଳହସ୍ତୀ । ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ମୁ ଡେଙ୍ଗ କିପରି ବାଛିଲା
ମତଦାନ ଆରମ୍ଭ ହେବା ପୂର୍ବରୁ ଥାଇଲାଣ୍ଡର ଅତି ପ୍ରସିଦ୍ଧ ବେବି ହିପ୍ପୋ ମୁ ଡେଙ୍ଗ ଆମେରିକାର ନିର୍ବାଚନର ବିଜେତା ଚୟନ କରିଛି ଓ ଭବିଷ୍ୟତର ପୂର୍ବାନୁମାନ କରିଛି । ମୁ ଡେଙ୍ଗ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଭାବରେ ଚୟନ କରିଛି । ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆମେରିକୀୟ ଭୋଟରଙ୍କ ଦୃଷ୍ଟି ଆକର୍ଷଣ
ପ୍ରକୃତରେ ଥାଇଲାଣ୍ଡର ଚୋନବୁରି ଅଞ୍ଚଳରେ ଥିବା ଖାଓ ଖିୟୋ ଓନ୍ ପ୍ରାଣୀ ଉଦ୍ୟାନର ଅପରେଟରମାନେ ଦୁଇଟି ତରଭୁଜ ରଖି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ନାମ ସ୍ଥାନୀୟ ଭାଷାରେ ଲେଖିଥିଲେ । ତେବେ ବିନା ଦ୍ୱିଧାରେ ମୁ ଡେଙ୍ଗ୍ ଟ୍ରମ୍ପଙ୍କ ନାମ ଲେଖା ହୋଇଥିବା ତରଭୁଜ ଆଡ଼କୁ ଯାଇ ତାକୁ ଖାଇଥିଲା । ଆମେରିକାରେ ନିର୍ବାଚନ ପୂର୍ବରୁ ମୁ ଡେଙ୍ଗର ଏଭଳି ଭବିଷ୍ୟବାଣୀ ଆମେରିକୀୟ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ମୁ ଡେଙ୍ଗର ଇତିହାସ
ମୁ ଡେଙ୍ଗ ଥାଇଲ୍ୟାଣ୍ଡର ଚୋନବୁରୀ ଅଞ୍ଚଳର ଖାଓ ଖିୟୋ ଓନ୍ ପ୍ରାଣୀ ଉଦ୍ୟାନରେ ରହୁଥିବା ଏକ ହିପ୍ପୋ ବା ଜଳହସ୍ତୀ । ଗତ ଜୁଲାଇ ୨୫ ତାରିଖରେ ମୁ ଡେଙ୍ଗ ଜନ୍ମଗ୍ରହଣ କରିଥିଲା । ପ୍ରାଣୀ ଉଦ୍ୟାନ ସହ ଜଡ଼ିତ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ବେଶ୍ ଲୋକପ୍ରିୟ । ଯେବେଠୁ ପ୍ରାଣୀ ଉଦ୍ୟାନ ହିପ୍ପୋ ମୁ ଡେଙ୍ଗର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କଲା, ସେବେଠୁ ସେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।
Previous Posthttps://purvapaksa.com/america-election-over/
1 Comment
Pingback: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ବ୍ୟକ୍ତିଗତ ସମ୍ପତ୍ତି ଉପରେ ଦଖଲ କରିପାରିବେନି ସରକାର। ଜନସାଧାରଣଙ୍କ ସ୍ୱ