Ram Mandir: ଦିନକୁ ଦିନ ଅଯୋଧ୍ୟାରେ ରାମଲଲାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି ।
ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଲୋକମାନେ ଅସୁଛନ୍ତି । ସବୁବେଳେ ତାଙ୍କ ଦରବାରରେ ଭକ୍ତମାନଙ୍କର ଜବରଦସ୍ତ ଭିଡ଼ ଦେଖିବାକୁ ମିଳୁଛି । ଅନ୍ୟପଟେ ମହାକୁମ୍ଭ ପାଇଁ ରାମ ମନ୍ଦିରରେ ଲକ୍ଷ ଲକ୍ଷ ଲୋକ ଦର୍ଶନ ପାଇଁ ପହଁଚୁଛନ୍ତି ।
ପ୍ରାଣ ପ୍ରତିଷ୍ଠା ପର ଠାରୁ ଏବେ ପର୍ଯ୍ୟନ୍ତ ରାମଲଲାଙ୍କୁ ତାଙ୍କ ଭକ୍ତମାନେ ମନଖୋଲି ଦାନ କରିଛନ୍ତି । ଚାହୁଁ ଚାହୁଁ ଦାନ ପାଇବାରେ ବା ଆର୍ଥିକ ସହାୟତାରେ ରାମ ମନ୍ଦିର ଦେଶର ତୃତୀୟ ସବୁଠାରୁ ବଡ଼ ଧର୍ମ ସ୍ଥଳ ପାଲଟିଛି । ଆସନ୍ତୁ ଜାଣିବା ବର୍ଷରେ ଏହି ମନ୍ଦିରରେ କେତେ ଦାନ ମିଳିଥାଏ ।
ଆର୍ଥିକ ସହାୟତାରେ ରାମ ମନ୍ଦିର ଶିରଡ଼ି ଏବଂ ବୈଷ୍ଣୋ ଦେବୀକୁ ପକେଇଲା ପଛରେ
ଅଯୋଧ୍ୟାରେ ନାଵ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରି ୨୦୨୪ ରେ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୧୩ କୋଟି ଲୋକ ଦର୍ଶନ କରି ସାରିଲେଣି । ବର୍ଷରେ ଆର୍ଥିକ ସହାୟତା ବା ଦାନ ବିଷୟରେ କହିବାକୁ ଗଲେ, ରାମ ମନ୍ଦିର ସ୍ୱର୍ଣ୍ଣ ମନ୍ଦିର, ବୈଷ୍ଣୋ ଦେବୀ, ଶିରଡ଼ି ସାଇଁ ମନ୍ଦିରକୁ ପଛରେ ପକାଇ ଦେଇଛି । ରାମ ମନ୍ଦିରରେ ବର୍ଷରେ ୭୦୦ କୋଟିରୁ ଅଧିକ ଦାନ ମିଳିଥାଏ । ମହାକୁମ୍ଭରେ ଆନୁମାନିକ ୧୫ କୋଟିରୁ ଅଧିକ ଦାନ ଦିଆଯାଇଥିଲା ।
ଦାନରାଶିରେ ତୃତୀୟ ସ୍ଥାନରେ ପହଁଚିଲା ରାମ ମନ୍ଦିର
ରାମ ମନ୍ଦିର ଶ୍ରଦ୍ଧାଳୁଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏହି କାରଣ ପାଇଁ ରାମ ମନ୍ଦିର ଧାର୍ମିକ ଦାନ ଅର୍ଜନ କରିବାର ସୂଚୀରେ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ କହିବାକୁ ଗଲେ ଏବେ ଅଯୋଧ୍ୟାରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୨ ରୁ ୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି ।
ଶିରଡ଼ି ଏବଂ ବୈଷ୍ଣୋ ଦେବୀରେ କେତେ ଦାନ କରାଯାଏ ?
ସାଇଁ ଭକ୍ତଙ୍କ ପାଇଁ ଶିରଡ଼ି ସାଇଁ ମନ୍ଦିର ଭାରତର ପ୍ରମୁଖ ସ୍ଥଳ । ଏକ ରିପୋର୍ଟ ଅନୁଯାୟୀ, ଶିରଡ଼ିରେ ଗୋଟିଏ ବର୍ଷରେ ଆନୁମାନିକ ୪୦୦ – ୪୫୦ କୋଟି ଟଙ୍କାର ଦାନ କରାଯାଇଥାଏ। ଅନ୍ୟପଟେ ବୈଷ୍ଣୋ ଦେବୀ ମନ୍ଦିରରେ ଗୋଟିଏ ବର୍ଷରେ ଆନୁମାନିକ ୪୦୦ କୋଟି ଟଙ୍କାର ଦାନ କରାଯାଇଥାଏ ।
ମହାକୁମ୍ଭକୁ ନେଇ ଗୁଜବ ପ୍ରଚାର କରୁଥିବା ୫୪ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା