Author: Samir Rout

କେନ୍ଦ୍ର ବଜେଟରେ ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ସରକାର ରାଜ୍ୟମାନଙ୍କ ସହ ଭାଗିଦାରୀରେ ଶ୍ରେଷ୍ଠ ୫୦ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରିବେ ଏବଂ ହୋମଷ୍ଟେକୁ ମୁଦ୍ରା ଋଣ ମଧ୍ୟ ପ୍ରଦାନ କରିବେ। ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଘରୋଇ କ୍ଷେତ୍ର ସହ ଭାଗିଦାରୀରେ ମେଡିକାଲ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ ଏବଂ ସରକାର ଭଗବାନ ବୁଦ୍ଧଙ୍କ ଜୀବନ ଏବଂ ସମୟ ସହିତ ଜଡ଼ିତ ଗନ୍ତବ୍ୟସ୍ଥଳଉପରେ ମଧ୍ୟ ବିଶେଷ ଧ୍ୟାନ ଦେବେ ବୋଲି ସୀତାରମଣ କହିଛନ୍ତି। ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ରାଜ୍ୟମାନଙ୍କ ସହ ଭାଗିଦାରୀରେ ୫୦ଟି ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ବିକଶିତ କରିବାକୁ ଯୋଜନା ଘୋଷଣା କରିଛନ୍ତି। ଏହି ପଦକ୍ଷେପ ର ଏକ ଅଂଶ ଭାବରେ, ରାଜ୍ୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ପାଇଁ ଜମି ପ୍ରଦାନ କରିବାକୁ ପଡିବ ଏବଂ ଏହି ଗନ୍ତବ୍ୟସ୍ଥଳଗୁଡିକରେ ଥିବା ହୋଟେଲଗୁଡ଼ିକୁ ଭିତ୍ତିଭୂମି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଧାର୍ମିକ ପର୍ଯ୍ୟଟନକୁ…

Read More