Author: Samir Rout

୨୦୨୪ ଲୋକସଭା ନିର୍ବାଚନ ଆୟୋଜନ ଏବଂ ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କିଣିବା ପାଇଁ କେନ୍ଦ୍ର ବଜେଟ ୨୦୨୫-୨୬ରେ  ଆଇନ ମନ୍ତ୍ରଣାଳୟକୁ ୧୪୦୦ କୋଟିରୁ ଅଧିକ ଟଙ୍କା ପ୍ରଦେନ କରାଯାଇଛି। ଆଇନ ମନ୍ତ୍ରଣାଳୟର ବିଧାନ ବିଭାଗ ହେଉଛି ନିର୍ବାଚନ ଆୟୋଗ (ଇସି), ନିର୍ବାଚନ ଆଇନ ଏବଂ ନିର୍ବାଚନ ଆୟୋଗରେ ସଦସ୍ୟ ନିଯୁକ୍ତି ପାଇଁ ନୋଡାଲ ଏଜେନ୍ସି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ଅନୁଯାୟୀ, ଆଇନ ମନ୍ତ୍ରଣାଳୟକୁ ଲୋକସଭା ନିର୍ବାଚନ ପାଇଁ ୫୦୦ କୋଟି ଟଙ୍କା, ଭୋଟରଙ୍କ ପରିଚୟ ପତ୍ର ପାଇଁ ୩୦୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ନିର୍ବାଚନ ଖର୍ଚ୍ଚ ପାଇଁ ୫୯୭.୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) କିଣିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୧୮.୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୋଟିଏ କଣ୍ଟ୍ରୋଲ ୟୁନିଟ୍, ଅତି କମରେ ଗୋଟିଏ ବାଲଟ୍ ୟୁନିଟ୍ ଏବଂ ଗୋଟିଏ…

Read More