Author: Samir Rout

Budget 2025: କ୍ରୀଡ଼ା ଓ ଯୁବ ବ୍ୟାପାରକୁ ଗତ ବର୍ଷ ତୁଳନାରେ ୩୫୦ କୋଟିରୁ ଅଧିକ ପ୍ରୋତ୍ସାହନ ଭାରତରେ କ୍ରୀଡ଼ା ପାଇଁ ବଜେଟକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟକୁ ୩,୭୯୪.୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସର୍ବାଧିକ ୧,୦୦୦ କୋଟି ଟଙ୍କା ପାଇଛି। ଏହା ପୂର୍ବ ବର୍ଷର ଆବଣ୍ଟନ ତୁଳନାରେ ୨୦୦ କୋଟି ଟଙ୍କା ଅଧିକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟରେ କ୍ରୀଡ଼ା ଓ ଯୁବ ବ୍ୟାପାର ପାଇଁ ଆବଣ୍ଟନ ୩୫୧.୯୮ କୋଟି ଟଙ୍କା ବୃଦ୍ଧି କରାଯାଇଥିବାରୁ ତୃଣମୂଳ ସ୍ତରରେ କ୍ରୀଡ଼ାବିତ ଅନ୍ୱେଷଣ,ପୋଷଣ ଓ ପ୍ରସିକ୍ଷଣ ପାଇଁ ସରକାରଙ୍କ ପ୍ରମୁଖ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସବୁଠାରୁ ଅଧିକ ସଫଳ ସାବ୍ୟସ୍ତ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷର ଏହି ମହତ୍ୱାକାଂକ୍ଷୀ ଯୋଜନାପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।…

Read More