Author: Sarasinee Subudhi

ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ରାୟ। ସ୍ଵାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା ବୋଲି କୋର୍ଟ କହିଛନ୍ତି । ବିବାହ ବିଚ୍ଛେଦ ନିର୍ଦ୍ଦେଶ ପାଇଁ ଏପରି କାରଣ ପର୍ଯ୍ୟାପ୍ତ ଆଧାର ହୋଇ ପାରେ ବୋଲି ହାଇକୋର୍ଟ ରାୟ ଦେଇ କହିଛନ୍ତି। ଜଣେ ଭିନ୍ନକ୍ଷମ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ବିବାହ ବି‌ଚ୍ଛେଦ ସପକ୍ଷରେ ପୁରୀ ପରିବାର ଅଦାଲତ ଦେଇଥିବା ରାୟକୁ ହାଇକୋର୍ଟ କାଏମ ରଖି ଏଭଳି କହିଛନ୍ତି। ଜଷ୍ଟିସ୍‌ ବିଭୁପ୍ରସାଦ ରାଉତରାୟ ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ଶାରୀରିକ ଦୁର୍ବଳତା ପ୍ରସଙ୍ଗରେ ସ୍ଵାମୀଙ୍କ ବିରୋଧରେ ପତ୍ନୀ ଦେଉଥିବା ଏଭଳି ମନ୍ତବ୍ୟ ତାଙ୍କୁ ମାନସିକ କଷ୍ଟ ଦେଉଥିବ। ଏପରି ବ୍ୟବହାର ସ୍ବାମୀଙ୍କ ପ୍ରତି ପତ୍ନୀଙ୍କ ଚିନ୍ତାଧାରା ଓ…

Read More