Author: Sarasinee Subudhi

ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ଦୁର୍ଘଟଣା ସାରା ବିଶ୍ବର ଛାତି ଥରେଇ ଦେଇଛି। ଏହି ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣା ପଡିଛି । ଯାହା ବିଜେପି ଦଳ ସହ ଭାରତୀୟ ରାଜନୀତି ପାଇଁ ବଡ କ୍ଷତି ବୋଲି କୁହାଯାଉଛି। ଏହି ଦୁର୍ଘଟଣା ଉଡ଼ାଣ ଆରମ୍ଭ ହେବାର ମାତ୍ର ପାଞ୍ଚ ମିନିଟ୍ ପରେ ଘଟିଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର ପାଞ୍ଚ ମିନିଟ୍ ପରେ ଲଣ୍ଡନ ଯାଉଥିବା ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମିଆଁମାରରେ ଜନ୍ମିତ ଏବଂ ରାଜକୋଟରେ ପାଳିତ ହୋଇଥିବା ବିଜୟ ରୂପାନୀ ଜଣେ ଛାତ୍ର କର୍ମୀରୁ କିପରି ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହା ସତରେ ଚମତ୍କାର ଯାତ୍ରା ଥିଲା । ତାଙ୍କର ବିଜେପିରେ ଗଭୀର ପ୍ରଭାବ ସାଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୃଢ଼ ସମ୍ପର୍କ ଥିଲା। ପ୍ରାପ୍ତ ଯାତ୍ରୀ ତାଲିକା…

Read More