Author: Sarasinee Subudhi

କେନ୍ଦ୍ର ସରକାର ଆଜି ୨୦୨୭ରେ ହେବାକୁ ଥିବା ଜନଗଣନା ପାଇଁ ରାଜପତ୍ର ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ ଜନଗଣନା ୨୦୨୭ରେ ଦୁଇଟି ପର୍ଯ୍ୟାୟରେ କରାଯିବ। ଏହା ପାଇଁ ପ୍ରତ୍ୟେକ ସ୍ତରରେ ଲୋକଙ୍କଠାରୁ ସୂଚନା ସଂଗ୍ରହ କରାଯିବ। ଏହି ଜନଗଣନା ଡିଜିଟାଲ ମାଧ୍ୟମରେ ହେବ ଏବଂ ମୋବାଇଲ ଆପ୍ଲିକେସନ ବ୍ୟବହାର କରାଯିବ। ଜନଗଣନା ୨୦୨୭ର ୧୦ଟି ମୁଖ୍ୟ ତଥ୍ୟ • ଫିଲ୍ଡ ସର୍ଭେ: ଘରେ ଘରେ ଯାଇ ଜନଗଣନା କରିବା ପାଇଁ ୩୪ ଲକ୍ଷ ସର୍ଭେୟର ଓ ସୁପରଭାଇଜର ନିୟୋଜିତ ହେବେ, ଯେଉଁମାନେ ଫିଲ୍ଡରୁ ତଥ୍ୟ ସଂ କରିବେ। • ଜନଗଣନା ଅଧିକାରୀ: ୧ ଲକ୍ଷ ୩୦ ହଜାର ଜନଗଣନା ଅଧିକାରୀ ନିୟୋଜିତ ହେବେ, ଯେଉଁମାନେ ଫିଲ୍ଡ ସର୍ଭେରୁ ଆରମ୍ଭ କରି ସମ୍ପୂର୍ଣ୍ଣ ତଥ୍ୟ ପ୍ରସ୍ତୁତି କରିବେ। ଜାତି ଗଣନା ମଧ୍ୟ କରାଯିବ। • ଡିଜିଟାଲ ଜନଗଣନା: ଜନଗଣନା ଡିଜିଟାଲ ହେବ, ଯାହା…

Read More