Author: Sarasinee Subudhi

ଅହମଦାବାଦରେ ଗୁରୁବାର ଦିନ ଲଣ୍ଡନ୍ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନ ଟେକ୍ ଅଫ୍ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୨ଶହରୁ ଅଧିକ ଯାତ୍ରୀ ଓ ଚାଳକଦଳ ସଦସ୍ୟ ଥିଲେ । ଏହି ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଥିଲେ । ମୃତହାତଙ୍କ ସଠିକ ସଂଖ୍ୟାକୁ ନେଇ ଏଯାଏ କୌଣସି ସୂଚନା ମିଳିନଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଟେକଅଫ ସମୟରେ ହିଁ ଅଧିକ ବିମାନ ଦୁର୍ଘଟଣା ହୋଇଥାଏ । ପ୍ରଶ୍ନ ହେଉଛି ଯେ, ଏମିତି କାହିଁକି ହୁଏ । ବିମାନର ଉଡ଼ାଣ ଭରିବା ସମୟକୁ ଏଭିଏସନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନାଯାଏ। ତଥ୍ୟ ଅନୁଯାୟୀ, ବିଶ୍ୱରେ ଘଟୁଥିବା ମୋଟ ବିମାନ ଦୁର୍ଘଟଣାରୁ ପ୍ରାୟ ୩୫% ଟେକଅଫ ବା ତା’ ଠିକ ପରେ ଘଟେ। ଅନ୍ୟଦିଗରେ, ଉଡ଼ାଣର ଅବଶିଷ୍ଟ ଅଂଶରେ ଏହି ହାର ବହୁତ…

Read More