Author: Sarasinee Subudhi

ତେଜେଶ୍ୱର ପଟ୍ଟନାୟକ  ୧୨ ଜୁନ୍ ୨୦୨୫ ରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଓଡ଼ିଶାରେ କ୍ଷମତାରେ ରହିବାର ପ୍ରଥମ ବର୍ଷ ପୂରଣ କରିଛି। ଏତିକିବେଳେ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟରେ ଉଭୟ ଛବି ଏବଂ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ମାତ୍ର ବାରମାସ ମଧ୍ୟରେ, ନୂତନ ପ୍ରଶାସନ ସାଂସ୍କୃତିକ ଗୌରବର ପୁନରୁଦ୍ଧାର, ଅବହେଳିତମାନଙ୍କୁ ସଶକ୍ତ କରିବା, ଶାସନରେ ସଂସ୍କାର ଆଣିବା ଏବଂ ରାଜ୍ୟର ଅନାବୃତ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉଦ୍ଦେଶ୍ୟରେ ଅନେକ ଉଚ୍ଚାଭିଳାଷୀ ପଦକ୍ଷେପ ଆରମ୍ଭ କରିଛି ବିଜେପି ସରକାର। ଦୀର୍ଘକାଳୀନ ପ୍ରଭାବକୁ ଆକଳନ କରିବା ଏବେଠାରୁ ସମ୍ଭବ ନୁହେଁ। କିନ୍ତୁ ମାଝୀ ସରକାରଙ୍କ ପ୍ରଥମ ବର୍ଷ ଏକ ସକାରାତ୍ମକ ଦୃଷ୍ଟିକୋଣ ପ୍ରଦାନ କରୁଥିବା ପରି ମନେହୁଏ। ମାଝୀ ସରକାରଙ୍କ ପ୍ରାରମ୍ଭିକ ଏବଂ ସବୁଠାରୁ କଠୋର ପଦକ୍ଷେପଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ପୂର୍ବବର୍ତ୍ତୀ ବିଜୁ ଜନତା ଦଳ ନେତୃତ୍ୱାଧୀନ ପ୍ରଶାସନର ବହୁ…

Read More