Author: Sarasinee Subudhi

ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭଦ୍ରକ ଜିଲ୍ଲାର ପାଞ୍ଚଟି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଗୁରୁବାର ସକାଳ ୬ଟାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଭଦ୍ରକ ବ୍ଲକ ଏବଂ ଏହାର ପୌରପାଳିକା ସହ ତିହିଡି ବ୍ଲକ, ଧାମନଗର ବ୍ଲକ ଏବଂ ସଂଲଗ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ତିହିଡି ଅଞ୍ଚଳରେ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଘଟଣା କଣ ଥିଲା? ଗତ କିଛି ଦିନ ତଳେ ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟଙ୍କ ଭିତରେ କିଛି କାରଣରୁ ଗଣ୍ଡଗୋଳ ଘଟିଥିଲା। ଏବଂ ସେଥିରେ ତିହିଡି ବ୍ଲକର କଷଟି ଗ୍ରାମର ଗୋ ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ…

Read More