Author: Sarasinee Subudhi

ରବିବାର ଏବଂ ସୋମବାର ଦିନ ଭାରତ ଆସୁଥିବା ଦୁଇଟି ବଡ଼ ବିମାନକୁ ଫେରିବାକୁ ପଡ଼ିଲା । ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିବା ବ୍ରିଟିଶ ଏୟାରୱେଜର ବୋଇଂ ଡ୍ରିମଲାଇନରକୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫେରିବାକୁ ପଡିଲା । ସେହିପରି ଦ୍ୱିତୀୟ ଉଡ଼ାଣଟି  ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଯାଉଥିଲା, କିନ୍ତୁ ବୋମା ଧମକ ଯୋଗୁଁ ଏହାକୁ ମଧ୍ୟ ଫ୍ରାଙ୍କଫର୍ଟ ଫେରିବାକୁ ପଡିଲା। ଏହା ଡୋଭର ଉପସାଗର ଉପରେ ଘୂରି ବୁଲୁଥିବା ବେଳେ ଫେରିବାକୁ ପଡ଼ିଲା ବ୍ରିଟିଶ ଏୟାରୱେଜର ବିମାନ BA35 ରବିବାର ଦିନ ୧.୧୬ ରେ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଚେନ୍ନାଇ ପାଇଁ ଉଡ଼ାଣ କରିଥିଲା । କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ପାଇଲଟ୍ ଏକ ଯାନ୍ତ୍ରିକ ତ୍ରୁଟି ବିଷୟରେ ଜାଣିବାକୁ ପାଇଥିଲେ  ଫ୍ଲାଇଟ୍ ରାଡାର୨୪ ଅନୁଯାୟୀ, ଏହି ବିମାନ ଡ୍ରିମଲାଇନର ଡୋଭର ଉପସାଗର ଉପରେ ଅନେକ ଥର ଘୂରି ବୁଲୁଥିବା ବେଳେ ପୁଣି ହିଥ୍ରୋ ଫେରି…

Read More