Author: Sarasinee Subudhi

ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ଏକ୍ସ ହଜବେଣ୍ଡ୍ ସଞ୍ଜୟ କପୁରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ତାଙ୍କୁ ୫୩ ବର୍ଷ ହୋଇଥିଲା । ଏହି ଘଟଣା ଘଟିବା ପରେ ଭଉଣୀ କରୀନା କପୁର ଓ କରିନାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନ ଏବଂ କରିସ୍ମାଙ୍କର ଘନିଷ୍ଠ ବନ୍ଧୁ ମଲାଇକା ଆରୋରା ବିଳମ୍ବିତ ରାତିରେ କରିସ୍ମାଙ୍କ ଘରେ ପହଞ୍ଚି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ସଞ୍ଜୟଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ବ୍ୟବସାୟ ଜଗତରେ ଶୋକର ଛାୟା ଖେଳିଯାଇଛି । ସଞ୍ଜୟ କପୁର ଏବେ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବଙ୍କୁ ଛାଡି ଚାଲିଯାଇଛନ୍ତି । ଏକ ରିପୋର୍ଟ ରୁ ଜଣା ପଡିଛି ସଞ୍ଜୟ ଇଂଲଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଞ୍ଜୟଙ୍କ ମୃତ୍ୟୁ ପରେ ସୁହେଲ ସେଠ ଟୁଇଟରରେ ଶୋକ ପ୍ରକାଶ କରି ଲେଖିଛନ୍ତି, ‘‘ସଞ୍ଜୟ କପୁରଙ୍କ ମୃତ୍ୟୁରେ ମୁଁ ଗଭୀର ମର୍ମାହତ । ସଞ୍ଜୟଙ୍କ ପରିବାର ପ୍ରତି…

Read More