Author: Sarasinee Subudhi

ବୁଧବାର ସ୍ନାନ ଯାତ୍ରା ସାରିଥିବା ବେଳେ ୧୦୮ କଳସ ପବିତ୍ର ଜଳରେ ଦିବ୍ୟ ସ୍ନାନ କରିବା ପରେ, ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା, ଏବେ ଶ୍ରୀମନ୍ଦିରର ‘ଅଣସର ପିଣ୍ଡି’ରେ ଏକାନ୍ତରେ ଅଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ‘ସ୍ନାନ ଯାତ୍ରା’ର ପୂର୍ଣ୍ଣିମା ରାତିରୁ ପରବର୍ତ୍ତୀ ଅମାବାସ୍ୟା ଦିନ ‘ନବଜୌବନ’ ଦର୍ଶନ ପର୍ଯ୍ୟନ୍ତ ‘ଅଣସର ପିଣ୍ଡି’ରେ ରୁହନ୍ତି ଚତୁର୍ଦ୍ଧା ମୂର୍ତ୍ତି। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଅତ୍ୟଧିକ ସ୍ନାନ କରିବା ହେତୁ ଜରରେ ପଡନ୍ତି ବୋଲି ବିଶ୍ବାସ ରହିଛି। ଯେଉଁ ଗୃହରେ ଦାରୁ ବିଗ୍ରହମାନେ ରୁହନ୍ତି ତାହାକୁ ଅନବସର ବା ଅଣସର ଗୃହ କୁହାଯାଏ। ଏଠାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରାଯାଏ। ଅଣସର କ’ଣ? ଅଣସର ପ୍ରଭୁଙ୍କ ଏକ ଲୀଳା, ଯେଉଁଥିରେ ବିଶ୍ଵାସ କରାଯାଏ ଦେବ ସ୍ନାନ ଉତ୍ସବ ପରେ ଜ୍ୱରରେ ପୀଡିତ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ…

Read More