Author: Sarasinee Subudhi

ବିଜେଡି ବାବୁଙ୍କ ଥଇଥାନ ପାଇଁ ବିଜେପି ସରକାର। ନିର୍ବାଚନ ପୂର୍ବାରୁ ସରକାରୀ ବାବୁଙ୍କ ଉପରେ ଗର୍ଜନ କରୁଥିବା ଦଳ ଏବେ ଢାଙ୍କୁଣୀ ପକେଇବାରେ ଲାଗିଛି। ଦିନେ ବାବୁଙ୍କ କବଳରୁ ରାଜ୍ୟକୁ ମୁକ୍ତ କରିବୁ, ଦୁର୍ନୀତି ଖୋର ଅଫିସରଙ୍କୁ ଓଲଟା ଟଙ୍ଗେଇ ଦେବୁ କହୁଥିବା ବିଜେପି ବଡ଼ପଣ୍ଡାଙ୍କ କଥା ଏବେ ପାଣିର ଗାର ଭଳି ଲାଗୁଛି। ସବୁ ପାଣ୍ଡିଆନ ମାର୍କା ଅଫିସରଙ୍କୁ କ୍ଲିନ ଚିଟ୍ ଦେବାରେ ଏବେ ଦିନ ରାତି ଏକ କରୁଛି ମୋହନ ସରକାର ବୋଲି ଚର୍ଚ୍ଚା। ସରକାର ଗଢ଼ିବାର ମାତ୍ର କିଛିଦିନ ଭିତରେ ବିଜେଡି ପାଇଁ ଭୋଟ ମ୍ୟାନେଜମେଣ୍ଟ କରୁଥିବା ଆଉ ପାଣ୍ଡିଆନଙ୍କ ଖାସ ସହଯୋଗୀ କହୁଥିବା ଆଇପିଏସ ଅଧିକାରୀ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ବିଜେପି ଡେପୁଟେସନରେ ପଠେଇବା ଚର୍ଚ୍ଚା ସୃଷ୍ଟି କରିଥିଲା। ଏହାପରେ ବିଜେଡି ସରକାରଙ୍କ ସମୟର ଆଉ ଜଣେ  ଆଇଏଏସ୍ ଆର ଭିନୀଲ କ୍ରୀଷ୍ଣାଙ୍କୁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଭାବେ…

Read More