Author: Sarasinee Subudhi

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ସଂସଦ ଗୃହ ହାଉସ ଅଫ ଲର୍ଡସଠାରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ କେନ୍ଦୁଝରର ଶିକ୍ଷାବିତ୍ ମଳୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝର ଜିଲ୍ଲାର ବିଦ୍ୟା ଭବନ ଓ ମନୋରମା ବିଦ୍ୟା ଭବନ ସ୍କୁଲର ପ୍ରତିଷ୍ଠାତା ତଥା ଗୋନାଶିକା ରିସର୍ଚ୍ଚ ଫାଉଣ୍ଡେସର ନିର୍ଦେଶକ ମଳୟ ମହାପାତ୍ର ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଶ୍ରେଣୀଗୃହ ବ୍ୟତୀତ ବାହ୍ୟ ପରିବେଶକୁ ନେଇ ଜ୍ଞାନ ଅହୋରଣ ବିଷୟରେ ଆଲୋକପାତ କରିଥିଲେ। ଭାରତର ଉନ୍ନତ ପ୍ରାଚୀନ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଓ ଏବେ ଏହାର ପ୍ରାସଙ୍ଗିକତାକୁ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ୨୬ ରେ ଏସିଆ ଟୁଡେ ମିଡିଆ ଓ ଇଣ୍ଡୋ ଇଉରୋପ ରିଲେସନ ଦ୍ଵାରା ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀ ରେ ଲର୍ଡ କେ.ସି. ବ୍ରେନନ୍ ମାଳୟଙ୍କୁ ସମ୍ମାନିତ କରିଥିଲେ। ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଅବଦାନ ପାଇଁ ପୂର୍ବରୁ କ୍ରିଷ୍ଟିଆନ ୟୁନିଭର୍ଶିଟି ରୁ ମଳୟ…

Read More