Author: Sarasinee Subudhi

ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁରୁଷମାନଙ୍କର ଯେତିକି ଅଧିକାର ରହିଛି  ମହିଳାମାନଙ୍କର ମଧ୍ୟ ସେତିକି । ଆଉ ଭାରତରେ ତ ମହିଳାମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଅଧା । ତେଣୁ ଶାସନ ବ୍ୟବସ୍ଥାରେ ସେମାନଙ୍କର ସମାନ ପ୍ରତିନିଧିତ୍ଵ ରହିବା ଆଇନତଃ ସମାନ । ତେବେ ବିଭିନ୍ନ କାରଣରୁ ଏହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ ଏବଂ ସମ୍ପ୍ରତି ଏହି କାର୍ଯ୍ୟ ନିମନ୍ତେ ସରକାର ପଦକ୍ଷେପ ନେବା ଅବଶ୍ୟ ସ୍ଵାଗତଯୋଗ୍ୟ । ସେପ୍ଟେମ୍ବର ୨୦୨୩ରେ ସଂସଦରେ ପାରିତ ହୋଇଥିଲା ନାରୀ ଶକ୍ତି ବଦନ ଅଧୁନିୟମ ନାମରେ ଏକ ଆଇନ ଯାହା ମହିଳାମାନଙ୍କ ପାଇଁ ଲୋକସଭା ଏବଂ ରାଜ୍ୟମାନଙ୍କର ବିଧାନସଭାଗୁଡ଼ିକରେ ମୋଟ ସଦସ୍ୟ ସଂଖ୍ୟାର ଏକ-ତୃତୀୟାଂଶ, ଅର୍ଥାତ୍ ୩୩ ପ୍ରତିଶତ ଆସନ ବାଧ୍ୟତାମୂଳକ ଭାବରେ ସଂରକ୍ଷିତ କରିବାକୁ ଧାର୍ଯ୍ୟ କରିଛି । ଏହି ଆଇନ ଆହୁରି ମଧ୍ୟ ଉଲ୍ଲେଖ କରେ ଯେ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର…

Read More