Author: Site Admin

ପାରାଦ୍ୱୀପରୁ ୧୫୦ କିମି ଦୂରରେ ‘ଦାନା’ ଏହି ବାତ୍ୟା ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ : ରାଜସ୍ୱ ମନ୍ତ୍ରୀ ସୁରକ୍ଷା ଦୃଷ୍ଟିରୁ ସାଢ଼େ ୩ ଲକ୍ଷ ଲୋକ ସ୍ଥାନାନ୍ତ ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଓଡ଼ିଶା ଉପକୂଳ ମୁହାଁ ହେଉଛି । ଏବେ ଏହା ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଦୂରରେ ରହିଛି। ସେହିଭଳି ଧାମରାର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୧୮୦ କିମି ଦୂରରେ ରହିଛି ଦାନା। ଆଜି ମଧ୍ୟରାତି କିମ୍ବା କାଲି ସକାଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିବା ସହିତ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ। ଲ୍ୟାଣ୍ଡଫଲ୍ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।…

Read More