Author: Site Admin

ବିପଦ ସୃଷ୍ଟିକାରୀ ରାଷ୍ଟ୍ର ତାଲିକାରେ କାନାଡା ଭାରତକୁ ଅନ୍ତର୍ଭୁକ୍ତ କରିଛି। ଚୀନ୍, ଇରାନ, ଉତ୍ତର କୋରିଆ ଏବଂ ଋଷ କାନାଡାର ଏହି ତାଲିକାରେ ଆଗରୁ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି। କାନାଡା ସରକାରଙ୍କ ଏହି ପଦକ୍ଷେପକୁ ଉତ୍ତେଜନାମୂଳକ ବୋଲି ବିବେଚନା କରାଯାଉଛି। ପୂର୍ବରୁ ଦୁଇଦେଶ ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ତିକ୍ତତା ଦେଖାଦେଇଛି। କିଛିଦିନ ପୂର୍ବରୁ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ଭାରତ ସରକାର କାନାଡାକୁ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି। ଅନେକ ରଣନୀତିକ ବିଶେଷଜ୍ଞ କହୁଛନ୍ତି ଯେ ଭାରତ ମଧ୍ୟ କଡ଼ା ଭାଷାରେ କାନାଡାକୁ ଉତ୍ତର ଦେବା ଉଚିତ। ଭାରତ କାନାଡାକୁ ଆତଙ୍କବାଦର ପୃଷ୍ଠପୋଷକ ବୋଲି ଘୋଷଣା କରୁ ବୋଲି ସେମାନେ ଦାବି କରୁଛନ୍ତି । ତେବେ ରାଷ୍ଟ୍ର ପ୍ରଯୋଜିତ ଆତଙ୍କବାଦ କ’ଣ, କ’ଣ ଭାରତ ଏଭଳି କରିପାରିବ କି ? ଅର୍ଥାତ ଭାରତ କ’ଣ କାନାଡାକୁ ଆତଙ୍କବାଦୀ ପ୍ରଯୋଜକ ରାଷ୍ଟ୍ରଭାବେ ଘୋଷଣା କରିପାରିବ କି…

Read More