Author: Site Admin

ଇସ୍କନକୁ ଖୋଲା ଚ୍ୟାଲେଞ୍ଜ, ହିନ୍ଦୁ ଧର୍ମକୁ ସମ୍ମାନ ଦିଅ ନ ହେଲେ ଆଇନର ଆଶ୍ରୟ କୃଷ୍ଣଚେତନାର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରସାର କରୁଥିବା ‘ଇସ୍କନ’କୁ କଡ଼ା ସମାଲେଚନା କରିଛନ୍ତି ଶ୍ରୀମନ୍ଦିରର ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଭକ୍ତି ଓ ପରମ୍ପରାର ଯାତ୍ରା ନୁହେଁ, ବରଂ ଏକ ପ୍ରଚାର ଯାତ୍ରାରେ ଇସ୍କନ ପରିଣତ କରିଥିବା ସେ କହିଛନ୍ତି। ଅନ୍ୟ ଧର୍ମ ହୋଇଥିଲେ ଏପରି ହୋଇଥାଆନ୍ତା କି ବୋଲି ପ୍ରଶ୍ନ କରିବା ସହ ଶ୍ରୀଜଗନ୍ନାଥ ପ୍ରେମୀ ଧୈର୍ଯ୍ୟ ରକ୍ଷା କରିଛନ୍ତି ବୋଲି କହିଛନ୍ତି। ହେଲେ ଏଭଳି ପ୍ରଥା ବିରୋଧୀ ପ୍ରଚାରକୁ ବନ୍ଦ କରାନଗଲେ ଆଇନର ଆଶ୍ରୟ ନିଆଯିବ ବୋଲି କ୍ଷୋଭର ସହ କହିଛନ୍ତି ଗଜପତି ମହାରାଜା। ଆସନ୍ତା ମାର୍ଚ୍ଚ ମାସରେ ଇସ୍କନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଗଭର୍ଣ୍ଣିଂ ବଡ଼ି କମିଶନ (ଜିବିସି)ର ଆସନ୍ତା ବୈଠକରେ ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ଲାଗି ଆବଶ୍ୟକ ନିଷ୍ପତ୍ତି ଗ୍ରହଣ…

Read More