Author: Site Admin

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହେଉଛି ଭୋଟିଂ । ଭାରତୀୟ ସମୟ ଅପରାହ୍ଣ ୪ଟାରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂରା ବିଶ୍ୱର ନଜର ଏହି ନିର୍ବାଚନ ଉପରେ ରହିଛି । ତେବେ କିଏ କରିବ ହ୍ୱାଇଟ୍ ହାଉସରେ ଏଣ୍ଟ୍ରି । କିଏ ମାରିବ ବାଜି । ଏନେଇ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ ବା କୁନି ଜଳହସ୍ତୀ । ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୁ ଡେଙ୍ଗ କିପରି ବାଛିଲା ମତଦାନ ଆରମ୍ଭ ହେବା ପୂର୍ବରୁ ଥାଇଲାଣ୍ଡର ଅତି ପ୍ରସିଦ୍ଧ ବେବି ହିପ୍ପୋ ମୁ ଡେଙ୍ଗ ଆମେରିକାର ନିର୍ବାଚନର ବିଜେତା ଚୟନ କରିଛି ଓ ଭବିଷ୍ୟତର ପୂର୍ବାନୁମାନ କରିଛି । ମୁ ଡେଙ୍ଗ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଭାବରେ ଚୟନ କରିଛି…

Read More