Author: Site Admin

କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ସାର୍ବଜନୀନ ହିତ ପାଇଁ କବଜା କରିପାରିବେ କି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ଼ ରାୟ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତିଗତ ସମ୍ପତ୍ତିକୁ ସମୁଦାୟର ସମ୍ପତ୍ତି କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟକ୍ତିଗତ ସମ୍ପତ୍ତିର ସମୀକ୍ଷା କରାଯିବା ଉଚିତ । ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ସଂଖ୍ୟା ଗରିଷ୍ଠତା ଆଧାରରେ ଏହି ରାୟ ଶୁଣାଇଛନ୍ତି । ଏଥିସହ ବେଞ୍ଚ ନିଜ ପୂର୍ବ ରାୟକୁ ବଦଳାଇ ଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଯେ ସମ୍ବିଧାନର ଧାରା ୩୯(ବି) ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଗତ ସମ୍ପତ୍ତିକୁ ସମୁଦାୟର ବୌଦ୍ଧିକ ସମ୍ବଳ ଭାବରେ ବିବେଚନା କରାଯାଇପାରିବ ନାହିଁ । ସରକାର କେବଳ କିଛି ଅଂଶକୁ ସମୁଦାୟର ସମ୍ବଳ ଭାବି ଏହାକୁ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବହାର କରିପାରିବେ । କିନ୍ତୁ ସମସ୍ତ ସମ୍ପତ୍ତିକୁ କବ୍ଜା କରିପାରିବେ ନାହିଁ । ୭-୨…

Read More