Author: Site Admin

ଆମେରିକା ହେଉଛି ପ୍ରବାସୀଙ୍କ ଦେଶ। ଇଂଲଣ୍ଡ ଓ ୟୁରୋପ ତଥା ଅନ୍ୟ ମହାଦେଶରୁ ଆସିଥିବା ପ୍ରବାସୀଙ୍କୁ ନେଇ ଆମେରିକାର ଇତିହାସ। ଦ୍ୱିତୀୟ ଥର ପାଇଁ ସେହି ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ପାରିବାରିକ ଇତିହାସ ମଧ୍ୟ ପ୍ରବାସୀଙ୍କ ଇତିହାସ। ଟ୍ରମ୍ପ ପରିବାର ଆମେରିକାର ମୁଳବାସିନ୍ଦା ନୁହନ୍ତି। ତାଙ୍କ ଜେଜେବାପା ଜର୍ମାନୀରୁ ଆମେରିକା ଆସିଥିଲେ। ତାଙ୍କ ପିତା ମଧ୍ୟ ଆମେରିକାରେ ଜନ୍ମ ହୋଇନଥିଲେ। ଏମିତିକି ଟ୍ରମ୍ପଙ୍କ ନିଜ ପରିବାର ମଧ୍ୟ ପୁରା ଆମେରିକୀୟ ନୁହେଁ। ତାଙ୍କର ଗୋଟିଏ ଝିଅ ହିଁ ଆମେରିକାରେ ଜନ୍ମ ହୋଇଛନ୍ତି। ଟ୍ରମ୍ପଙ୍କ ଜେଜେ କିମ୍ବା ବାପା କିମ୍ବା ଖୋଦ ଟ୍ରମ୍ପଙ୍କ ଦୁଇ ପତ୍ନୀଙ୍କ ମାତୃଭାଷା ଇଂଲିଶ ନୁହେଁ। ଟ୍ରମ୍ପଙ୍କ ଆନ୍ତର୍ଜାତୀୟ ମୂଳ ତାଙ୍କୁ ଅନ୍ୟ ଆମେରିକୀୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଅଲଗା କରିଥାଏ। ଗତ ଦଶଜଣ ରାଷ୍ଟ୍ରପତିଙ୍କ ମଧ୍ୟରୁ କେବଳ ଦୁଇଜଣ- ଟ୍ରମ୍ପ ଏବଂ ବାରାକ ଓବାମାଙ୍କର ପିତାମାତା ଆମେରିକା ବାହାରେ ଜନ୍ମ ହୋଇଥିଲେ। ଡୋନାଲ୍ଡ…

Read More