Author: Site Admin

ଯୋଗାଣ ମନ୍ତ୍ରୀ କଲେ ଶୁଭାରମ୍ଭ ରାଜ୍ୟରେ ଖୋଲିଛି ଖରିଫ ଧାନ ମଣ୍ଡି । ବରଗଡରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି । ଏଥିସହ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍‌ କରାଯାଇଛି । ବରଗଡ଼ କଳାପାଣି ମଣ୍ଡିରେ ଆଜି ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ । ବରଗଡ ଅତାବିରା ସମେତ ସମୁଦାୟ ୩ଟି ସ୍ଥାନରେ ମନ୍ତ୍ରୀ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତ । ଆଜିଠୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ ହେବ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆଜିର ଦିନ ହେଉଛି…

Read More