Author: Site Admin

ବିଜେଡି ବିପର୍ଯ୍ୟୟ ପାଇଁ ନବୀନ ଦାୟୀ। ନିଜେ ସଭା ସମିତିକୁ ନ ଯିବାର ଫଳ ଦଳ ଭୋଗିଲା ବୋଲି ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା। ଖାଲି ସେତିକି ନୁହେଁ, ଦଳ ନିର୍ବାଚନ ପୂର୍ବରୁ ଭୁଲ୍ ବାଟରେ ପରିଚାଳିତ ହେଉଥିଲା ବୋଲି କହି ବିଜେଡି ନେତୃତ୍ୱକୁ ଅଡ଼ୁଆରେ ପକାଇଛନ୍ତି। ଭି.କେ ପାଣ୍ଡିଆନଙ୍କ ଯୋଗୁ ଗତ ନିର୍ବାଚନରେ ବିଜେଡି ହାରିଲା। ପୂର୍ବରୁ ବିଜେଡିର କେତେକ ନେତା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇ ଏହି କଥା କହିଥିଲେ। ସୁଶାନ୍ତ ବେହେରା କହିଛନ୍ତି ଯେ, ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହୋଇଥିଲା। କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। ଏବେ ଦଳ ଠିକ୍ ରାସ୍ତାକୁ ଆସି ସାରିଲାଣି। ଦଳକୁ ସାଧାରଣତଃ ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେ ବୋଧେ ଅଣଦେଖା କଲେ। ଯାହା ଫଳରେ ଦଳ ପରାଜିତ ହେଲା। ଦଳର…

Read More