Author: Site Admin

ରାଜ୍ୟରେ କ୍ଷମତାସୀନ ମୋହନ ସରକାର ଶୁକ୍ରବାର ୩୩୫୩.୧୫କୋଟି ଟଙ୍କାର ୧୫ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଦ୍ୱାରା ୪୬୩୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ଏହି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ବୃଦ୍ଧି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୁଖ୍ୟ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଅକ୍ଷୟଶକ୍ତି, ଇସ୍ପାତ ଓ ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ମ୍ୟାନୁଫାକଚରିଂ, ଟେକ୍ସଟାଇଲ ଓ ଆପେରାଲ, ପର୍ଯ୍ୟଟନ, ଫାର୍ମାସ୍ୟୁଟିକାଲ ଓ ସିମେଣ୍ଟ କ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବୈଠକରେ ଅନୁମୋଦନ ଲାଭ କରିଥିବା ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି…

Read More