Author: Site Admin

ଆସନ୍ତା ୨୦୨୯-୩୦ ମସିହାବେଳକୁ ରାଜ୍ୟରେ ପ୍ରାୟ ୧୦ହଜାର ମେଗାୱାଟ୍‍ର ବିଦ୍ୟୁତ୍‍ ଆବଶ୍ୟକତା ରହିଛି। ଏହି ବିଦ୍ୟୁତ୍‍ ଚାହିଦା ପୂରଣ ନିମନ୍ତେ ଏବେଠୁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରି ସେଦିଗରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ବିଦ୍ୟୁତ୍‍ ଭିତ୍ତିଭୂମି ଓ ଯୋଗାଣ ଆଦି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ଏବେ ପ୍ରାୟ ୧କୋଟି ବିଦ୍ୟୁତ୍‍ ଉପଭୋକ୍ତା ଅଛନ୍ତି । ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍‍ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ। ଦ୍ରୁତ ଶିଳ୍ପାୟନ, ଆର୍ଥିକ ଅଭିବୃଦ୍ଧି ଯୋଗୁ ରାଜ୍ୟରେ ବିଦ୍ୟୁତ୍‍ ଚାହିଦା ଦ୍ରୁତଗତିରେ ବଢ଼ୁଛି । ଆସନ୍ତା ୫ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୯-୩୦ ମସିହାବେଳକୁ ବିଦ୍ୟୁତ୍‍ ଚାହିଦାକୁ ଦୃଷ୍ଟିରେ ରଖି…

Read More