Author: Site Admin

ଚଳିତ ମାସ ୨୧ତାରିଖରୁ ରାଜ୍ୟ ସରକାର ଖରିଫ ଧାନ କିଣା ଆରମ୍ଭ କରିବେ। ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୩୧ଶହ ଟଙ୍କାରେ ଧାନ କିଣିବାକୁ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ରହିଥିବା ଦୃ​‌ଷ୍ଟିରୁ ଚଳିତ ଖରିଫ ଧାନ ସଂଗ୍ରହର ବିଶେଷ ଗୁରୁତ୍ୱ ରହୁଛି। ତେବେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡିଗୁଡ଼ିକରେ ଆବଶ୍ୟକତା ଅନୁସାରେ ସିସିଟିଭି କ୍ୟାମେରା ସ୍ଥାପନ ଏବଂ ଧାନର ମାନ ପରୀକ୍ଷା ଉପକରଣ(ପ୍ୟାଡ଼ି କ୍ଲିନର) ବ୍ୟବସ୍ଥା ହୋଇପାରି ନ ଥିବାରୁ ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗ ପକ୍ଷରୁ ବିଧାନସଭା ସ୍ଥାୟୀ କମିଟିକୁ ଦିଆଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଷ୍ଟାଣ୍ଡିଂ କମିଟି ସୁପାରିସ ଅନୁପାଳନ ରିପୋର୍ଟରେ ସମବାୟ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ସବୁ ମଣ୍ଡିରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜିଲାପାଳଙ୍କୁ ନିର୍ଦେଶ…

Read More