Author: Site Admin

ବନ୍ଦ ଡାକରା,  କର୍ଫ୍ୟୁ ଜାରି ପୁଣି ଅଶାନ୍ତ ହୋଇପଡିଛି ମଣିପୁର। ଗତ ବର୍ଷ ମେ’ ୩ ତାରିଖରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ନେଉ ନାହିଁ। ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୮ ଟି ବିଭିନ୍ନ ହିଂସା ଘଟଣା ସାମ୍ନାକୁ ଆସିଛି। ସୋମବାର ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ। ଏଥିରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ସନ୍ଦିଗ୍ଧ ଉଗ୍ରବାଦୀଙ୍କ ମୃତ୍ୟୁ ପରେ କୁକି-ଜୋ-କାଉନସିଲିଂ ଆଜି ୧୨ ଘଣ୍ଟିଆ ମଣିପୁର ବନ୍ଦ ଡାକରା ଦେଇଛି। ଭୋର ୫ଟାରୁ ସନ୍ଧ୍ୟା ୬ଟା ଯାଏ ରାଜ୍ୟର ପାହାଡିଆ ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ଜିବିରାମ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। କୁକି-ଜୋ-କାଉନସିଲିଂ କହିଛି ଯେ, ଜିରିବାମରେ ଘଟିଥିବା ଏହି ଦୁଃଖଦ ଘଟଣାରେ ସିଆର୍‌ପିଏଫ୍‌ ହାତରେ ଆମେ ଆମର କୁକି-ଜୋ ଗାଁର ୧୧ ଜଣ ସ୍ୱେଚ୍ଛାସେବୀଙ୍କୁ ହରାଇଛୁ।…

Read More