Author: Site Admin

ସିଂହଦ୍ୱାରରେ ପ୍ରବେଶ, ତିନି ଦ୍ୱାରରେ ପ୍ରସ୍ଥାନ ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ଏଥି ପାଇଁ ଶ୍ରୀମନ୍ଦିର ସମେତ ସମସ୍ତ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋର ସମୟରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଠେଲାପେଲା ଯୋଗୁଁ ଅନେକ ଭକ୍ତ ଆହତ ହୋଇଥିବା ଖବର ଆସିଛି । ପତିତପାବନ ବ୍ୟାରିକେଡଠାରେ ଠେଲାପେଲା ହୋଇଛି । ପ୍ରଶାସନ ଓ ପୁଲିସ ବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବୟସ୍କଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବା ଅଭିଯୋଗ ଆଣିଛନ୍ତି ଶ୍ରଦ୍ଧାଳୁ। ସେବାୟତଙ୍କ ପାଇଁ ଯିବାକୁ ଥିବା ରାସ୍ତାରେ ଶ୍ରଦ୍ଧାଳୁ ଧସେଇ ପଶୁଛନ୍ତି। ପଞ୍ଚୁକ ବ୍ରତକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଟାଉନ୍ ଥାନାଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି। ସିଂହଦ୍ୱାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି…

Read More