Author: Site Admin

କାର୍ଯ୍ୟପାଳିକା ନ୍ୟାୟପାଳିକାର ଭୂମିକା ନେଇ ପାରିବନି ବୁଲଡୋଜର ନ୍ୟାୟ ଗ୍ରହଣଯୋଗ୍ୟ ନୁହେଁ। କେବଳ ଅଭିଯୋଗ ଆଧାରରେ ଭଙ୍ଗା ଯାଇପାରିବନି ଘର। ଘର ଭାଙ୍ଗିବା ମୌଳିକ ଅଧିକାରକୁ କ୍ଷୂଣ୍ଣ କରୁଛି। ଜଷ୍ଟିସ୍ ଗବାଇ କବି ପ୍ରଦୀପଙ୍କ ଏକ କବିତାକୁ ଉଦ୍ଧୃତ କରି କହିଛନ୍ତି ଯେ ଘର ହେଉଛି ସ୍ୱପ୍ନ। ଯାହା କେବେ କେହି ଭାଙ୍ଗିପାରିବେ ନାହିଁ । ବିଚାରପତି ଆହୁରି କହିଛନ୍ତି ଯେ ଅପରାଧୀର ଦଣ୍ଡ ଘର ଭାଙ୍ଗିବା ନୁହେଁ । ସରକାରୀ କ୍ଷମତାର ମନମାନି ଚଳିବ ନାହିଁ। ବୁଲଡୋଜର ଆକ୍ସନକୁ ନେଇ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଉ ସରକାର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ କୋର୍ଟ। ଏଥିସହ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିଛନ୍ତି।  ସୁପ୍ରିମକୋର୍ଟଙ୍କ ଦୁଇ ବିଚାରପତି ବି ଆର ଗବାଇ ଓ କେ ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଘରଗୁଡ଼ିକୁ ମନଇଚ୍ଛା ଭାଙ୍ଗିବା…

Read More