Author: Site Admin

କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ହେବା ରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ମାଣ୍ଡିପଙ୍କାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ସବ୍‌ ସେଣ୍ଟର ଖୋଲାଯାଇଛି, ଯାହାଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ରାସନ ଯୋଗାଣ ସହଜରେ ଉପଲବ୍ଧ ହେବ । ପିଡିଏସ୍‌ ଚାଉଳ ସଂଗ୍ରହ ପାଇଁ ବ୍ରାହ୍ମଣୀଗାଁ ଲ୍ୟାମ୍ପ୍ସରେ ପହଞ୍ଚିବା ପାଇଁ ବାସିନ୍ଦାଙ୍କୁ ୯ରୁ ୧୦ କିଲୋମିଟର ଚାଲିବାକୁ ପଡ଼ିବ ନାହିଁ । ଏହି ଅଘଟଣ ପରେ ଗ୍ରାମବାସୀଙ୍କୁ ଦୀର୍ଘଦିନ ଧରି ପ୍ରଭାବିତ କରୁଥିବା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେ ନେବା ଆରମ୍ଭ କରିଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଏହି ଦୁର୍ଗମ ଅଞ୍ଚଳରେ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ଅନେକ ଉନ୍ନୟନମୂଳକ ପ୍ରୟାସ ଆରମ୍ଭ ହୋଇଛି । ଗାଁ ମଝିରେ ଏକ ପିଡିଏସ୍‌ ସବ୍‌ ସେଣ୍ଟର ଖୋଲାଯାଇଛି, ଯାହାଦ୍ୱାରା ରାସନ…

Read More