Author: Site Admin

ଆଜି ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଯୋଗଦେବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଆକର୍ଷଣ ଲେଜର ଶୋ ଆଜିଠୁ ଆରମ୍ଭ ହେଉଛି ହଜାର ବର୍ଷ କଟକର ଐତିହାସିକ ବାଲିଯାତ୍ରା । ଆଜି ସନ୍ଧ୍ୟାରେ ପୂର୍ବ ଭାରତର ସବୁଠୁ ବଡ ଐତିହାସିକ ବାଣିଜ୍ୟ ମେଳା ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିବେ। ଏଥର ଉପର ଓ ତଳ ପଡ଼ିଆ ମିଶାଇ ମୋଟ ୨୫ ଶହରୁ ଉର୍ଦ୍ଧ ଷ୍ଟଲ୍ ଖୋଲାଯିବ।  ଏଥର ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ। ଆଜି ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ସେମାନେ ସମସ୍ତେ ମହାନଦୀ ସିଲଭର ସିଟି ବୋଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋଟରେ ଆସି ଗଡଗଡିଆରେ ଓହ୍ଲାଇବେ। ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ। ଏଥି ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ।…

Read More