Author: Site Admin

ଯମୁନାକୁ ମିଳିଲା ସାଥି ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଛି ଆଉ ଏକ ବାଘୁଣୀ । ବାଘୁଣୀର ନାଁ ରଖାଯାଇଛି ଗଙ୍ଗା । ଆଜି ସକାଳ ୯ଟାରେ ବାଘୁଣୀ ଗଙ୍ଗାକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଗଙ୍ଗାକୁ ଛଡାଯାଇଛି । ତାର ବୟସ ୩ ବର୍ଷ । ତାର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିଛନ୍ତି ଆରସିସିଏଫ।  କିଛି ଦିନ ଏନକ୍ଲୋଜରରେ ରଖି ତାର ଗତିବିଧି ଉପରେ ନଜର ରଖାଯିବ । ଏହାପରେ ଗଙ୍ଗାକୁ ଜଙ୍ଗଲକୁ ଛଡାଯିବ ।  ୧୩ ନଭେମ୍ବରରୁ ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ଗଙ୍ଗାକୁ ରାୟପୁର, ସମ୍ବଲପୁର, ଯଶିପୁର ଦେଇ ଶିମିଳିପାଳକୁ ଅଣାଯାଇଛି । ପୂର୍ବରୁ ଯମୁନାକୁ ୧୫ ଦିନ ଲାଗି ଯେଉଁ ଏନକ୍ଲୋଜରରେ ରଖାଯାଇଥିଲା । ଏବେ ତାକୁ ମଧ୍ୟ ସେହିଠାରେ ଛଡାଯାଇଛି ।  ତେବେ ଗଙ୍ଗାକୁ ଧରିବାକୁ ୧୦ ଜଣିଆ ଏସଟିଆର ଟିମକୁ ସପ୍ତାହେ ନାକେଦମ ହେବାକୁ ପଡିଛି। ଗତ ୧୩ ତାରିଖ…

Read More