Author: Site Admin

ଆତଙ୍କବାଦ ମୁକାବିଲା ରହିବ ମୁଖ୍ୟ ପ୍ରସଙ୍ଗ ଚଳିତ ମାସ ୨୯ତାରିଖରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଡିଜି ଓ ଆଇଜିସ୍ତରୀୟ ସମ୍ମିଳନୀ। ଏହି ସମ୍ମିଳନୀରେ ଆତଙ୍କବାଦ ଓ ସଂଗଠିତ ଅପରାଧ ଏଜେଣ୍ଡାରେ ଶୀର୍ଷରେ ରହିବ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଯେଉଁଥିରେ ଦେଶରେ ସଂଗଠିତ ଅପରାଧ ଏବଂ ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ନେଟୱାର୍କ ଉପରେ ଆଲୋଚନା ହେବ । ନିକଟରେ ନୂଆଦିଲ୍ଲୀରେ ଶେଷ ହୋଇଥିବା ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ପଞ୍ଜାବ ପୁଲିସ ଆତଙ୍କବାଦୀ ସଂଗଠନ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଲିଙ୍କ୍ ପ୍ରସଙ୍ଗ ଉଠାଇଥିଲା। ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ସମ୍ମିଳନୀରେ ଏ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏହି ସମ୍ମିଳନୀରେ ଜମ୍ମୁ-କାଶ୍ମୀରରେ…

Read More