Author: Site Admin

ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ସାଂସ୍କୃତିକ ସ୍ୱାଧୀନତା ପ୍ରତି ପ୍ରତିବଦ୍ଧତା ନେଇ ୧୯୭୧ ମସିହାରେ ବାଂଲାଦେଶ ପ୍ରତିଷ୍ଠା ହୋଇଥିଲା। ଏହା ପାକିସ୍ତାନ ଶାସନରେ ଧାର୍ମିକ ଭେଦଭାବର ସ୍ୱତଃସ୍ପୃତ ପ୍ରତିକ୍ରିୟା ଥିଲା। ତେବେ ଏକ ସ୍ୱାଧୀନ ଦେଶ ଭାବରେ ପାଖାପାଖି ପାଞ୍ଚ ଦଶନ୍ଧି ମଧ୍ୟରେ ଘରୋଇ ରାଜନୀତିରେ ପରିବର୍ତ୍ତନ, ଧାର୍ମିକ ଭାବନା ଏବଂ ଭୂ-ରାଜନୈତିକ ପ୍ରଭାବରେ ବାଂଲାଦେଶର ରାଜନୈତିକ ଏବଂ ସାମାଜିକ ଢାଞ୍ଚାରେ ଇସଲାମର ପ୍ରାଧାନ୍ୟ ବୃଦ୍ଧି ପାଇଛି। ପାକିସ୍ତାନ ଭଳି ଏବେ ବାଂଲାଦେଶରେ ମୌଳବାଦୀମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ଫଳରେ ବାଂଲାଦେଶର ଜଣେ ଶୀର୍ଷ ଅଧିକାରୀ ଦେଶର ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦକୁ ହଟାଇବାକୁ ଦାବି କରିଛନ୍ତି। ବାଂଲାଦେଶର ସର୍ବୋଚ୍ଚ ଆଇନ ଅଧିକାରୀ ଆଟର୍ଣ୍ଣି ଜେନେରାଲ ମହମ୍ମଦ ଅସଜମନ ଦେଶର ଉଚ୍ଚ ନ୍ୟାୟାଳୟରେ ଶୁଣାଣି ସମୟରେ ସମ୍ବିଧାନରୁ ଧର୍ମନିରପେକ୍ଷତା ଶବ୍ଦକୁ ହଟାଇବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ବାଂଲାଦେଶର ସମ୍ବିଧାନର ୧୫ତମ ସଂଶୋଧନକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ଉପରେ ଶୁଣାଣି ଚାଲିଛି। ତେବେ…

Read More