Author: Site Admin

 ଛାଡ଼ଖାଇର ଗୋଟିଏ ଦିନ ପରେ ରବିବାର ଟ୍ୱିନ୍ ସିଟି ମାର୍କେଟରେ ନିରାମିଷ ଖାଦ୍ୟ ପ୍ରେମୀଙ୍କ ପ୍ରବଳ ଭିଡ଼ ଲାଗି ଦେଖିବାକୁ ମିଳିଥିଲା। ମାଛ, ମାଂସ ଓ କୁକୁଡ଼ା-ଅଣ୍ଡା ବିକ୍ରେତାଙ୍କ ପାଇଁ ଦିନଟି ବହୁତ ଭଲ ଥିଲା। ଏହି ଦିନ ଉଭୟ କଟକ ଓ ଭୁବନେଶ୍ୱରର ବଜାରରେ ମିଳିତଭାବେ ୬ କୋଟିରୁ ଅଧିକ ଟଙ୍କାର ଆମିଷ ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ପ୍ରାୟ ମାସ ଧରି ଲୋକେ କାର୍ତ୍ତିକ ମାସ ପାଳିଥିବା ବେଳେ ଆମିଷ ଖାଦ୍ୟରୁ ଦୂରେଇ ରହିଥିଲେ। ଶୁକ୍ରବାର ପୂର୍ଣ୍ଣିମାରେ କାର୍ତ୍ତିକ ବ୍ରତ ସରିଥିବା ବେଳେ ଶନିବାର ଥିଲା ଛାଡଖାଇ। କିନ୍ତୁ ଶନିବାର ସଂକ୍ରାନ୍ତି ପଡିବାରୁ ମାଡ଼ ଖାଇ ଯାଇଥିଲା ଛାଡଖାଇ। ଲୋକେ ରବିବାରକୁ ଅପେକ୍ଷା କରିଥିଲେ। ଫଳରେ ଆମିଷ ବିକ୍ରେତାଙ୍କ ବେପାର ମାନ୍ଦା ପଡ଼ିଯାଇଥିଲା। ମାତ୍ର ରବିବାର ଆମିଷ ହାଟରେ ଖଚଖଚ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ ମନପସନ୍ଦର ଖାସି ମାଂସ, ବ୍ରଏଲର ସହ ଦେଶୀ କୁକୁଡ଼ା, ପୋଖରୀ ଓ…

Read More