Author: Site Admin

ସମ୍ବେଦନଶୀଳ ସ୍ଥାନରେ ନୂଆ ଥାନା ପ୍ରସ୍ତାବ ପ୍ରବର୍ତ୍ତନ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଥାନା ପ୍ରତିଷ୍ଠା କରିବାକୁ ଯୋଜନା କରୁଛି।ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨୦୧ଟି ଅବକାରୀ ଥାନା ରହିଛି। ୩୧୪ଟି ବ୍ଲକରେ ଗୋଟିଏ ଲେଖାଏଁ ଥାନା ପ୍ରତିଷ୍ଠା ପାଇଁ ବିଭାଗ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛି। ରାଜ୍ୟର ୨୫ଟି ସମ୍ବେଦନଶୀଳ ସ୍ଥାନରେ ନୂଆ ଥାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ନୂଆ ଥାନାଗୁଡ଼ିକରେ ୮ରୁ ୧୦ ଜଣ ଲେଖାଏଁ କର୍ମଚାରୀ ରହିବାର ଯୋଜନା କରାଯାଉଛି। ବର୍ତ୍ତମାନ ବିଭାଗରେ ୨୬୦୦ରୁ ଅଧିକ ମାନବ ସମ୍ବଳ ନିଯୁକ୍ତି ପାଇଁ ମଞ୍ଜୁର ହୋଇଛି। ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ମାନବ ସମ୍ବଳ ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏଗୁଡ଼ିକ ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି ଏବଂ ଖୁବଶୀଘ୍ର ଏହାକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନୂଆ…

Read More