Author: Site Admin

ଆସନ୍ତା ୮ରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ଏଣିକି ଧାନ ପାଇଁ ଚାଷୀଙ୍କୁ ମିଳିବ ଏକକାଳୀନ ୮ଶହ ଟଙ୍କା ସହାୟତା ରାଶି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୮ ତାରିଖରେ ବରଗଡ଼ ଜିଲ୍ଲା ସୋହେଲାରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କାରୁ ଅଧିକ ଅତିରିକ୍ତ ଇନ୍ ପୁଟ୍ ସହାୟତା ପ୍ରଦାନ କରିବା ପରେ ସମସ୍ତ ଚାଷୀଙ୍କୁ ଗୋଟିଏ ଥରରେ ଇନପୁଟ୍ ସହାୟତା ମିଳିବ। ନିର୍ଦ୍ଧାରିତ ମଣ୍ଡି (ଧାନ କ୍ରୟ କେନ୍ଦ୍ର)ରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ କେବଳ ୨୩୦୦ ଟଙ୍କା ଏମଏସପି ମୂଲ୍ୟ ପ୍ରଦାନ କରାଯିବ। ରବିବାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଧାନ କିଣା ସମ୍ପର୍କିତ ଆନ୍ତଃମନ୍ତ୍ରଣାଳୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ୨୦ତାରିଖରୁ ବରଗଡ଼ ଓ ୨୨ ତାରିଖରୁ ସମ୍ବଲପୁରରୁ ଖରିଫ ବିପଣନ ଋତୁ (କେଏମ୍ଏସ୍) ୨୦୨୪-୨୫ର ଧାନ କିଣା ଆରମ୍ଭ କରିବାକୁ ରାଜ୍ୟ…

Read More