Author: Site Admin

ବିଜେପିର ସ୍ୱାଗତ, ବିଜେଡ଼ିର ସମାଲୋଚନା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାର ପଛୁଆପଣକୁ ନେଇ ଦେଇଥିବା ବୟାନକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଶେଷ କରି କୃଷି ଓ ଶିଳ୍ପ ବିକାଶ କ୍ଷେତ୍ରରେ ଉପକୂଳବର୍ତ୍ତୀ ଜିଲ୍ଲା ସବୁ କ୍ଷେତ୍ରରେ ପଛୁଆ ରହିଛି ବୋଲି ଶ୍ରୀ ପ୍ରଧାନ କହିବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ାରେ ଜାତୀୟ ପ୍ରେସ୍ ଦିବସ ଅବସରରେ ଆୟୋଜିତ ଏକ ସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାୟ ୪ ମାସ ତଳେ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ସେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ପରିଦର୍ଶନ କରିଛନ୍ତି। କାହାର ନାମ ନନେଇ ଜିଲ୍ଲାପାଳ ତାଙ୍କ ଗସ୍ତ ସମୟରେ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ଓ କଲ୍ୟାଣମୂଳକ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇନଥିବା ଦେଖିବାକୁ ପାଇଥିଲେ। ବିଜେପି ନେତାମାନେ ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ସଠିକ୍ ଓ ସତ୍ୟଭିତ୍ତିକ ବୋଲି ବର୍ଣ୍ଣନା…

Read More