Author: Site Admin

ସାମୁଦ୍ରିକ ଥାନାକୁ ମିଳିବ ଅଧିକ ଡଙ୍ଗା ହେବ ଡ୍ରୋନ ସର୍ଭେଲାନ୍ସ ଏଣିକି ସମୁଦ୍ର ପଥର ସୁରକ୍ଷା ବଢ଼ିବ। ଦିନରାତି ସମୁଦ୍ର ଭିତରେ ପଇଁତରା ମାରିବ ପୁଲିସ। ସେଥିପାଇଁ ସାମୁଦ୍ରିକ ଥାନାକୁ ମିଳିବ ଅଧିକ ଡଙ୍ଗା। ଭିତ୍ତିଭୂମିର କରାଯିବ ଉନ୍ନତି। ବାଙ୍ଗାଲାଦେଶୀ ଅନୁପ୍ରବେଶ ଉପରେ ଲାଗିବ ରୋକ। ଏପରି ସୂଚନା ଦେଇଛନ୍ତି ଡିଜିପି ଓ୍ୱାଇବି ଖୁରାନିଆ। ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବଢ଼ାଇବା ଉଦ୍ଦେଶ୍ୟରେ ସାମୁଦ୍ରିକ ଥାନାଗୁଡ଼ିକରେ ଅଧିକ ଡଙ୍ଗା ଯୋଡ଼ି ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ପୁଲିସ କରିଛି ଯୋଜନା । ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ଓଡ଼ିଶାର ୧୮ଟି ସାମୁଦ୍ରିକ ଥାନାରେ ମାତ୍ର ୧୩ଟି ଡଙ୍ଗା ରହିଛି। ଯାହା ପୁରୁଣା ହୋଇଯାଇଛି। ଗାଇଡଲାଇନ ଅନୁଯାୟୀ ସାମୁଦ୍ରିକ ଥାନା ଗୁଡ଼ିକ ୧୨ ନଟିକାଲ ମାଇଲ ପର୍ଯ୍ୟନ୍ତ ସମୁଦ୍ରରେ ପାଟ୍ରୋଲିଂ କରିବା କଥା। ଆମର ଉପସ୍ଥିତି ବଢ଼ାଇବା ପାଇଁ ପାଟ୍ରୋଲିଂ ଉଦ୍ଦେଶ୍ୟରେ ଅତି କମରେ ୧୦ଟି…

Read More