Author: Site Admin

ଦୁଇ ଘଣ୍ଟା ପରେ ଚାଲିଲା ବନ୍ଦ ହାର୍ଟ ଇ-ସିପିଆରର ସଫଳ ରୂପାୟନ ଏମ୍ସ ଡାକ୍ତରୀ ଟିମଙ୍କୁ ମାଆଙ୍କ କୃତଜ୍ଞତା ରଖେ ହରି ମାରେ କିଏ… ଏହି ଉକ୍ତିର ସତ୍ୟତା ପୁଣି ଥରେ ପ୍ରମାଣିତ ହୋଇଛି। ଚିକିତ୍ସା ବିଜ୍ଞାନରେ ଏପରି ଚମତ୍କାରିତା ଦେଖିବାକୁ ମିଳିଛି। ମୃତ୍ୟୁକୁ ମାତ ଦେଇଛନ୍ତି ଜଣେ ଯବାନ।  ଯାହାଙ୍କ ହାର୍ଟ ଦୁଇ ଘଣ୍ଟା ବନ୍ଦ ହେଲା ପରେ ବି ପୁଣି ଟିକଟିକ ଶଦ୍ଦରେ ହାର୍ଟବିଟ କାର୍ଯ୍ୟ କରିଛି। ଏପରି ଅଲୌକିକତା ଦେଖିବାକୁ ମିଳିଛି ଭୁବନେଶ୍ୱର ଏମ୍ସରେ। ଭଗବାନଙ୍କ କୃପାରୁ ନୂଆ ଜୀବନ ଫେରି ପାଇଛନ୍ତି ନୟାଗଡ ଜିଲ୍ଲା ରଣପୁର ଓଡ଼ପଲା ଗାଁର ୨୪ ବର୍ଷୀୟ ଶୁଭକାନ୍ତ ସାହୁ। ସେ ଭାରତୀୟ ସେନାର ଜଣେ ଯବାନ। ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଶୁଭକାନ୍ତଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ…

Read More