Author: Site Admin

ଶେଷରେ ଭାରତ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଓଡ଼ିଶା ଉପକୂଳରେ ଥିବା ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଧ୍ୱନିର ବେଗଠାରୁ ୫ ଗୁଣ ଅଧିକ ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାର ସଫଳ ପରୀକ୍ଷଣ କରିବା ମାମଲାରେ ଭାରତ ବର୍ତ୍ତମାନ ବିଶ୍ୱରେ ଚତୁର୍ଥ ଦେଶ ହୋଇପାରିଛି। ଏହା ଭାରତକୁ ସେହି ବିଶିଷ୍ଟ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରିଛି ଯେଉଁମାନଙ୍କ ପାଖରେ ଏହିପରି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ବିକାଶ କରିବାର କ୍ଷମତା ଅଛି । ତେବେ ପ୍ରଶ୍ନ ହେଉଛି ଏହି କ୍ଷେପଣାସ୍ତ୍ରରେ ଏଭଳି କ’ଣ ଅଛି ଯାହା ଏହାକୁ ଏତେ ଗୁରୁତ୍ୱପୂର୍ଣ୍ଣ କରିଛି ଏବଂ ଯେଉଁଥିପାଇଁ ଏହାକୁ ଗେମ୍ ଚେଞ୍ଜର ବୋଲି କୁହାଯାଉଛି ? ଧ୍ୱନୀଠାରୁ ୫ ଗୁଣ ଅଧିକ ବେଗ ଆଜିର ସମୟରେ ଯୁଦ୍ଧ ଅସ୍ତ୍ର ମଧ୍ୟରେ କ୍ଷେପଣାସ୍ତ୍ର ହେଉଛି ସବୁଠୁ ବଡ଼ ଶକ୍ତି । କ୍ଷେପଣାସ୍ତ୍ରକୁ ଅଧିକ ମାରକ କରିଥାଏ ଏହାର ଗତି।…

Read More