Author: Site Admin

ଘୁ. ଉଦୟଗିରି ପାରଦ ୬ ପ୍ରବଳ ଶୀତରେ ଥରୁଛି ଓଡିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି । ମଙ୍ଗଳବାର ଏଠାକାର ପାରଦ ଖସି ୬.୬ରେ ପହଞ୍ଚିଥିବା କହିଛି କୃଷି ଗବେଷଣା କେନ୍ଦ୍ର ।  ସୋମବାର ଦିନ ଏଠାକାର ପାରଦ ୭.୨ ଡିଗ୍ରୀ  ରହିଥିଲା । ସେହିପରି  ମଙ୍ଗଳବାର ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ଥିବା ବେଳେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରଦ ୧୦.୫ ଡିଗ୍ରୀ ଥିବା ସୂଚନା ମିଳିଛି । ଘୁ.ଉଦୟଗିରିରେ ଦିନକୁ ଦିନ ପାରଦ ଖସୁଥିବା ବେଳେ ଶୀତର ପ୍ରକୋପ ବଢିବାରେ ଲାଗିଛି । ମଙ୍ଗଳବାର ଓଡିଶାର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ଘୁ.ଉଦୟଗିରି ରେକର୍ଡ କରିଛି । ଥଣ୍ଡା ଫଳରେ ପ୍ରଭାବିତ ହୋଇଛି ଜୀବନ ଜୀବିକା । ଜଙ୍ଗଲଜାତ ସାମଗ୍ରୀ ବିକ୍ରି କରୁଥିବା, ରାସ୍ତା କଡରେ ବସି ବନି  ପରିବା ବିକ୍ରି କରୁଥିବା ବ୍ୟବସାୟୀ ଓ ଚାଷୀଙ୍କ  କଷ୍ଟ ବଢେଇ ଦେଇଛି ଦେହ ଥରାଇ ଦେଉଥିବା…

Read More